କନକ ବ୍ୟୁରୋ: ନଦୀରେ ବୁଡି ନିଖୋଜ ଯୁବକଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର । କେନ୍ଦୁଝର ଜିଲ୍ଲା ବଡବିଲ ଥାନା ହାୟାରପୁର ନିକଟ କାରୋ ନଦୀରେ ଗତ ରବିବାର ଜଣେ ଯୁବକ ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଆଜି ସକାଳୁ ତାଙ୍କ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନି । ଗତ ରବିବାର ଠାରୁ ହାୟାରପୁର ଗାଁର ଦୁଲୁ ମୁଣ୍ଡା ଗାଁ ଲୋକଙ୍କ ସହ କାରୋ ନଦୀକୁ ମାଛ ଧରିବାକୁ ଯାଇଥିଲେ । ହେଲେ ଅସାବଧାନବଶତଃ ନଦୀ ଗଣ୍ଡରେ ପଡି ବୁଡିଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ବଡବିଲ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଦିନ କାଳ ନଦୀରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳେ ତାଙ୍କ ମୃତଦେହ ଭାସୁଥିବା ଦେଖି ଲୋକେ ଖବର ଦେଇଥିଲେ ।