କନକ ବ୍ୟୁରୋ : ହରିୟାଣାରରୁ ନିଜ ଜନ୍ମ ମାଟିକୁ ଫେରିଲେ ନବରଙ୍ଗପୁର ଜିଲ୍ଲାର ନିଖୋଜ ନାବାଳକ । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନବରଙ୍ଗପୁର ଏସ୍ପିଙ୍କ ବ୍ୟକ୍ତିଗତ ଉଦ୍ୟମରେ ଚନ୍ଦାହାଣ୍ଡି ବ୍ଲକ ଖପରାଢ଼ିହି ଗାଁକୁ ଫେରିଲେ ନିଖୋଜ ନାବାଳକ । ନାବାଳକଙ୍କୁ ଉଦ୍ଧାର ପାଇଁ ହରିୟାଣା ଯାଇଥିଲା ନବରଙ୍ଗପୁର ପୋଲିସର ସ୍ୱତନ୍ତ୍ର ଟିମ ।

Advertisment

କିଛି ଦିନ ତଳେ ଜଣେ ନାବାଳକକୁ ଟ୍ରକରେ ନେଇ ହରିୟଣାର ଏକ ଢ଼ାବାରେ ଛାଡି ପଳାଇଥିଲା ଟ୍ରକ୍ ଡ୍ରାଇଭର । ଢ଼ାବା ମାଲିକ ନାବାଳକକୁ ଖାଇବାକୁ ଦେଇ ନିଜ ପାଖରେ ରଖିଥିଲେ । ନିଜେ ଏସ୍ପି ଢାବା ମାଲିକଙ୍କ ସହ କଥା ହୋଇ ନାବାଳଙ୍କୁ ସୁରକ୍ଷିତ ନିଜ ପାଖରେ ରଖିବାକୁ କହିଥିଲେ । ପୋଲିସର ଉଦ୍ୟମ ଯୋଗୁଁ ନିଖୋଜ ପୁଅ ଉଦ୍ଧାର ହୋଇଥିବାରୁ ନାବାଳକଙ୍କ ବାପା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ।