ଗମ୍ଭୀର ହେଲେ ନିରୁଦ୍ଧିଷ୍ଟ ! ରାଜଧାନୀ ଦିଲ୍ଲୀର ଅନେକ ଗଛରେ ଲାଗିଲା ସାଂସଦଙ୍କ ଫଟୋ , ପୋଷ୍ଟରରେ ପଚରାଗଲା “କିଏ ସାଂସଦଙ୍କୁ ଦେଖିଛନ୍ତି କି” ?

855

ଦିଲ୍ଲୀର ଆଇଓଟି ଅଞ୍ଚଳରେ ବିଜେପି ସାଂସଦ ତଥା ପୂର୍ବ କ୍ରିକେଟର୍ ଗୌତମ ଗମ୍ଭୀରଙ୍କ ନିରୁଦ୍ଧିଷ୍ଟ ଥିବା ଲାଗିଲା ପୋଷ୍ଟର୍ । ପୋଷ୍ଟର ତଳେ ଲେଖା ହୋଇଛି କ’ଣ ଆପଣ ଏହି ମହାଶୟଙ୍କୁ କେଉଁଠି ଦେଖିଛନ୍ତି ? ଶେଷଥର ପାଇଁ ଇନ୍ଦୋରରେ ଜଲେବି ଖାଇବା ସମୟରେ ଦେଖାଯାଇଥିଲା । ପୁରା ଦିଲ୍ଲୀ ଏହି ମହାଶୟଙ୍କୁ ଖୋଜୁଛି । ଆପଣଙ୍କୁ କହିରଖୁଛୁ ଯେ ଗୌତମ ଗମ୍ଭୀର ଦିଲ୍ଲୀରେ ନଭେମ୍ବର ୧୫ ତାରିଖରେ ହୋଇଥିବା ଦିଲ୍ଲୀ ବାୟୁ ପ୍ରଦୂଷଣ ସହର ବିକାଣ ବୈଠକର ସଂସଦୀୟ ସ୍ଥିତି ସମିିତିରେ ଅନୁପସ୍ଥିତ ଥିଲେ । ବୈଠକରେ ଉପସ୍ଥିତ ନହେବାରୁ ଗମ୍ଭୀରଙ୍କୁ ସୋସିଆଲ୍ ମିଡିଆରେ ଅନେକ ଆଲୋଚନା ସମାଲୋଚନାର ଶିକାର ହେବାକୁ ପଡିଥିଲା । ଗମ୍ଭୀର ଏନେଇ କହିଥିଲେ ଯେ “ମୁଁ ନୁହଁ ମୋ କାମ କଥା କହିବ” । ଯଦି ମୋତେ ଗାଳି କରିବା ଦ୍ୱାରା ଦିଲ୍ଲୀର ପ୍ରଦୂଷଣ କମିଯାଉଛି ତେବେ ଆପଣମାନେ ମୋତେ ମନଇଚ୍ଛା ଗାଳି ଦିଅନ୍ତୁ ।

ବାୟୁ ପ୍ରଦୂଷଣ ସହର ବିକାଣ ମନ୍ତ୍ରାଳୟ ସହ ଜଡିତ ଥିବା ସ୍ଥିତି ସମିତି ବୈଠକକୁ ରଦ୍ଦ କରିବାକୁ ପଡିଥିଲା କାରଣ ଅନେକ ସାଂସଦ ଏବଂ ଅଧିକାରୀ ଏହି ବୈଠକରେ ଅନୁପସ୍ଥିତ ଥିଲେ । ବୈଠକରେ ଦିିଲ୍ଲୀ-ଏନସିଆର୍ ରେ ବାୟୁ ପ୍ରଦୂଷଣ ବିଷୟ ଉପରେ ଚର୍ଚ୍ଚା ହେବାକୁ ଥିଲା । ସୂଚନା ମୁତାବକ କେବଳ ୪ ଜଣ ସାଂସଦ ଏହି ବୈଠକରେ ଉପସ୍ଥିତ ଥିଲେ ।