ଫୋନକଲେ କିନ୍ତୁ ଫେରିଲେନି ଆସିକାର ପୂର୍ବତନ ବିଧାୟକ ସରୋଜ ପାଢ଼ୀ । ୧୪ ତାରିଖ ରାତି ସାଢେ ୯ଟାରେ ଅଜଣା ନମ୍ବରରୁ ପୁଅଙ୍କୁ କରିଥିଲେ ଫୋନ 

293

କନକ ବ୍ୟୁରୋ : ଆସିକା ପୂର୍ବତନ ବିଧାୟକ ସରୋଜ ପାଢ଼ୀଙ୍କ ନିଖୋଜ ନେଇ ବଢ଼ିବାରେ ଲାଗିଛି ଦ୍ୱନ୍ଦ୍ୱ । ନିଖୋଜ ଥିବା ବେଳେ ତାଙ୍କ ଫୋନ୍ କଲ ପାଇ ପରିବାର ଲୋକ ଟିକିଏ ଆଶ୍ୱସ୍ତି ହୋଇଥିଲେ । ହେଲେ ସେ ନଫେରିବାରକୁ ପୁଣି ଚିନ୍ତା ବଢ଼ିଯାଇଛି । ୧୪ ତାରିଖ ରାତି ପାଖାପାଖି ସାଢ଼େ ୯ଟାରେ ସମୟରେ ସରୋଜଙ୍କ ପୁଅ ପାଖକୁ ଏକ ଅଜଣା ନମ୍ବରରୁ କଲ ଆସିଥିଲା । ଫୋନରେ ବାପାଙ୍କ ସ୍ୱର ଶୁଣି ଖୁସି ହୋଇଯାଇଥିଲେ । ତାମିଲନାଡ଼ୁ ରାମେଶ୍ୱରମର ଥିବା କହିଥିଲେ  ସରୋଜ ପାଢ଼ୀ । କେହି ବ୍ୟସ୍ତ ହୁଅନି, ସେ ୨ ଦିନ ଭିତରେ ଘରେ ପହଂଚିବେ କହିଥିଲେ ।

ତେବେ ଫୋନ କଲ ନେଇ କ୍ୟାପିଟାଲ ଥାନା ପୁଲିସକୁ ମଧ୍ୟ ଅବଗତ କରାଯାଇଥିଲା । ନମ୍ବର ଟ୍ରାକିଂରୁ ଜଣାପଡ଼ିଥିଲା କି କଲ ଆସିଥିବା ନମ୍ବରଟି ଚେନ୍ନାଇର । ଏହା ପରେ ପୁଲିସର ଏକ ଟିମ୍ ସହ ତାଙ୍କ ପୁଅ ତାମିଲନାଡ଼ୁ ଯାଇଥିଲେ । ସେଠାରେ ତାଙ୍କୁ ଖୋଜାଖୋଜି କରିଥିଲେ । ହେଲେ ସରୋଜ ପାଢ଼ୀଙ୍କ କୌଣସି ଖୋଜଖବର ମିଳିନଥିଲା । ଏବେ ପୁଲିସ ଓ ତାଙ୍କ ପରିବାର ଚିନ୍ତାରେ ପଡ଼ିଯାଇଛନ୍ତି । ପ୍ରକୃତରେ ସେ ନିଜ ଇଚ୍ଛାରେ ଯାଇଛନ୍ତି ନା ତାକୁ କେହି ନେଇଯାଇଛି ତାକୁ ନେଇ ସନ୍ଦେହ ବଢ଼ୁଛି ।