କନକ ବ୍ୟୁରୋ: ଆନ୍ଧ୍ର ପ୍ରଦେଶରେ ଅଟକ ଥିବା ଓଡ଼ିଆ ଝିଅ ଉଦ୍ଧାର । ବାଙ୍କୀ ଥାନା ଅନ୍ତର୍ଗତ ମାଳ ବିହାରପୁର ଗାଁର ୧୪ ବର୍ଷର ନାବାଳିକାକୁ ଆନ୍ଧ୍ରପ୍ରଦେଶର ଜଣେ ଦଲାଲ ଅଟକ ରଖି ତାର ପରିବାରକୁ ୫୦ ହଜାର ଦାବି କରିଥିଲା । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ବାଙ୍କୀ ପୋଲିସର ଏକ ଟିମ୍ ସେଠାକୁ ଯାଇ ଦଲାଲ ପାଖରୁ ନାବାଳିକାକୁ ଉଦ୍ଧାର କରିଥିଲା । ଦଲାଲ କିଭଳି ସେଠାରେ ଏହି ନାବାଳିକାକୁ ନିର୍ଯ୍ୟାତନା ଦେଉଥିଲା ତାର ଗୋଟି ଗୋଟି କଥାର ଖୁଲାସା କରିଛନ୍ତି ନାବାଳିକା ।
ପରିବାରର ଆର୍ଥିକ ଅନଟନ ଯୋଗୁଁ ସପ୍ତମ ଶ୍ରେଣୀରେ ପାଠ ପଢୁଥିବା ନାବାଳିକା ପାଠ ଛାଡି ଚିଙ୍ଗୁଡି ଫ୍ୟାକ୍ଟ୍ରିରେ କାମ କରିବାକୁ ବିଶାଖାପାଟଣା ଯାଇଥିଲେ । ହେଲେ ସେଠାରେ ଦଲାଲ ତାଙ୍କୁ ନିର୍ଯାତନା ଦେଉଥିଲା । ଏ ନେଇ ଖବର ପ୍ରସାରଣ ପରେ ଅପରେସନ ଆରମ୍ଭ କରିଥିଲା ବାଙ୍କୀ ପୁଲିସ । ଏବେ ବାଙ୍କୀ ପୋଲିସ ଝିଅଟିକୁ ଉଦ୍ଧାର କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/02/OTS-1-1.png)