୭୨ଘଣ୍ଟା ପରେ ବି ମିଳୁନି ନିଖୋଜ ପର୍ବତାରୋହୀଙ୍କ ପତ୍ତା: ସୋମବାର ମନାଲିରେ ହିମସ୍ଖଳନ ପରେ ୧୦ଜଣ ପର୍ବତାରୋହୀ ଅଛନ୍ତି ନିଖୋଜ

286

କନକ ବ୍ୟୁରୋ: ୭୧ ଘଂଟା ବିତିଯାଇଥିଲେ ସୁଦ୍ଧା ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ପର୍ବତାରୋହୀ ନିଖୋଜ ଘଟଣାରେ ଏବେ ସୁଦ୍ଧା ନିଖୋଜଙ୍କ ମିଳୁନି ପତା । ପ୍ରେଣ୍ଡିସିପ୍ ପିକ୍ରେ ହିମସ୍ଖଳନ ଯୋଗୁଁ ନିଖୋଜ ହୋଇଥିବା ପର୍ବତାରୋହୀଙ୍କୁ ଖୋଜୁଛନ୍ତି ଉଦ୍ଧାରକାରୀ ଦଳ । ସୂଚନା ମୁତବିକ ଅଟଳ ବିହାରୀ ବାଜପେୟୀ ପର୍ବତାରୋହଣ ଏବଂ କ୍ରୀଡା ପ୍ରତିଷ୍ଠାନର ଏହି ଦଳରେ ୧୦ ଜଣ ସଦସ୍ୟ ଥିଲେ । ସେଥିମଧ୍ୟରୁ ନଭେମ୍ବର ୧୫ ତାରିଖରେ ତିନିଜଣ ଯୁବକ ଫ୍ରେଣ୍ଡସିପ୍ ପିକ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । ତେବେ ଶନିବାର ଜଣେ ଟ୍ରେକର ହିମସ୍ଖଳନରେ ନିଖୋଜ ହୋଇଥିଲେ । ଏହାକୁ ନେଇ ତାଙ୍କର ଅନ୍ୟ ଦୁଇ ସାଥି ଥାନାରେ ସୂଚନା ଦେଇଥିଲେ । ରବିବାର ଉଦ୍ଧାରକାରୀ ଟିମ୍ ଖୋଜାଖୋଜି କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ଏପର୍ଯ୍ୟନ୍ତ ଯୁୁବକଙ୍କ ପତା ମିଳିନଥିବା ବେଳେ ଏବେ ଡ୍ରୋନ କ୍ୟାମେରା ସହାୟତାରେ ନିଖୋଜଙ୍କୁ ଖୋଜାଯିବ ।