ବିହାରରୁ ଓଡିଶା ଆସି ନିଖୋଜ ହୋଇଯାଇଥିବା ଶିଶୁ ଉଦ୍ଧାର । ରେଳ ଷ୍ଟେସନରୁ ରହସ୍ୟଜନକ ଭାବେ ମିଳିଲା ଶିଶୁ ପୁତ୍ର । ଗିରଫ ଭୟରେ ଅପହର୍ତ୍ତା ଛାଡିଯାଇଥିବା ସନ୍ଦେହ

ସିସିଟିଭି ଯାଂଚ କରୁଛି ପୁଲିସ

5,014

କନକ ବ୍ୟୁରୋ: ବିହାରରୁ ଓଡିଶା ଆସି ନିଖୋଜ ହୋଇଯାଇଥିବା ଶିଶୁର ପତା ମିଳିଛି । ଭୁବନେଶ୍ୱର ରେଳ ଷ୍ଟେସନରୁ ଶିଶୁଟିକୁ ଉଦ୍ଧାର କରିଛି ପୁଲିସ । କେହି ଜଣେ ଶିଶୁକୁ ରେଳ ଷ୍ଟେସନରେ ଛାଡି ଯାଇଥିବା ସନ୍ଦେହ କରାଯାଉଛି । ଏହାପରେ ଶିଶୁଟି କାନ୍ଦିବାକୁ ଲାଗିବାରୁ କିଛି ଲୋକ ପୁଲିସକୁ ସୂଚନା ଦେବା ପରେ ପୁଲିସ ଆସି ଶିଶୁକୁ ଉଦ୍ଧାର କରି ତାଙ୍କ ବାପା, ମାଁଙ୍କୁ ହସ୍ତାନ୍ତର କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ଶିଶୁକୁ ନେଇ ବାପା, ମା ବିହାର ଫେରିଯାଇଛନ୍ତି ।

ଡିସେମ୍ବର ୩୧ ତାରିଖ ନୂଆବର୍ଷରେ କାଳିଆ ଦର୍ଶନ କରିବାକୁ ପୁରୀ ଆସିଥିଲେ ବିହାରର ଏହି ପରିବାର । ସାଙ୍ଗରେ ଥିଲେ ଦୁଇ ପୁଅ, ଦୁଇ ଝିଅ । ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିହାର ଫେରିବାକୁ ସନ୍ଧ୍ୟାରେ ଆସିଥିଲେ ଭୁବନେଶ୍ୱର ରେଳ ଷ୍ଟେସନକୁ । ପୁଅ ବିସ୍କୁଟ୍ ଖାଇବ ବୋଲି କହିବାରୁ , ମାଷ୍ଟର କ୍ୟାଂଟିନ୍ ନିକଟ ରାସ୍ତା କଡରେ ଠିଆ ହୋଇ ତାକୁ ଟଙ୍କା ଦେଇଥିଲେ ଆଣିବାକୁ । ପୁଅ ଟଙ୍କା ନେଇ ଗଲା, ହେଲେ ଆଉ ଫେରିନଥିଲା । ଏବେ ୨୨ ଦିନ ପରେ ଶିଶୁର ଉଦ୍ଧାରକରି ବାପା-ମାକୁ ହସ୍ତାନ୍ତର କରିଛି ପୁଲିସ ।