ଆକାଶପଥରୁ ମିଜାଇଲ,ରକେଟ ମାଡ଼୍। ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ।

255

କନକ ବ୍ୟୁରୋ: ପୁଣି ଥରେ ରକ୍ତରଂଜିତ ହୋଇଛି ୟୁକ୍ରେନମାଟି । ହଠାତ ଯେତେବେଳେ ୟୁକ୍ରେନର କିଭ, ଡିନପ୍ରୋ, ଉମାନ କ୍ରେମଚୁଂଙ୍କ, ମେକାଲାଇବ ସହର ଉପରେ ଆଖିବୁଜା ମିସାଇଲ ମାଡ କରିଥିଲା ରୁଷ ସେତେବେଳେ ଏମିତି କିଛି ଲୋମ ଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି । କେବଳ ମିଜାଇଲ ନୁହେଁ ରକେଟ ମାଡରେ ଥରି ଉଠିଛି ୟୁକ୍ରେନ ସବୁ ସହର । କୁହାଯାଉଛି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ୟୁକେନ ରାଷ୍ଟ୍ରପତି ଭୋଲଦମୀର ଜେଲେନସ୍କିଙ୍କ ସହ ଫୋନରେ ଆଲୋଚନାକୁ ଗ୍ରହଣ କରିପାରିନି ରୁଷ ଓ କିଛି ଘଂଟା ମଧ୍ୟରେ ଏଭଳି ଅତର୍କିତ ଆକ୍ରମଣ କରିଛି । ଏହି ଆକ୍ରମଣ ଏତେ ଶକ୍ତିଶାଳୀ ରହିଛି ବିଶାଳ ଘରଗୁଡିକ ଭାଙ୍ଗି ଧଂସ୍ତ ସ୍ତୁପରେ ପରିଣତ ହୋଇଛି ।

ଯୁଦ୍ଧ ଚାଲିଛି ସେପଟେ ୟୁକ୍ରେନ ସହ ଲଗାତାର କଥା ହେଉଛି ଚୀନ । ଏହା ପଛର ପ୍ରକୃତ କାରଣ କଣ ସେକଥା ସ୍ପଷ୍ଟ ହୋଇପାରୁନି । କିନ୍ତୁୁ ଚୀନ କହୁଛି ଯୁଦ୍ଧ ଯେତେ ଶୀଘ୍ର ଶେଷ ହେବ ବିଶ୍ୱ ପାଇଁ ସେତିକି ଭଲ ରହିବ । ରୁଷର ପରମାଣୁ ଆକ୍ରମଣକୁ ମଧ୍ୟ ଚୀନ ବାରମ୍ବାର ବିରୋଧ କରୁଛି । ଯୁଦ୍ଧ ବନ୍ଦ କରିବା ପାଇଁ ଚୀନ ଚେଷ୍ଟା ପଛରେ ମହତ ଉଦ୍ଦେଶ୍ୟ ରହିିଛି ନା ଏହା ବେଜିଂ କେବଳ ଏକ ଏଜେଣ୍ଡା ସେକଥା କହିବା ମୁସ୍କିଲ । କିଛି ଦିନ ପୂର୍ବରୁ ମସ୍କୋର ଚୀନ ରାଷ୍ଟ୍ରପତି ପହଁଚିଥିଲେ ଓ ଶ।।ନ୍ତିବାର୍ତା ଦେଇଥିବା କୁହାଯାଉଛି ।

ରୁଷ-ୟୁକ୍ରେନ ଯୁଦ୍ଧ ଭିତରେ ବର୍ତମାନ ପରିସ୍ଥିତି ଏଭଳି ହୋଇଛି, ଯେଉଁଥିରେ ଯୁଦ୍ଧ ପୂର୍ବରୁ ୭୦ ହଜାର ଜନସଂଖ୍ୟା ଥିବା ଏକ ସୁନ୍ଦର ସହର, ଯୁଦ୍ଧ ପରେ କିଭଳି ଶଶ୍ମାନରେ ପରିଣତ ହୋଇଛି, ତାହା ଏହି ଚିତ୍ର ହିଁ ବୟାନ୍ କରୁଛି । ତେବେ ଏମିତି ଆକ୍ରମଣ ଜାରି ରହିଲେ ଆଗକୁ ଆହୁରି ଭୟଙ୍କର ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ ।