ରୁଷ ପରିବହନ ବିମାନକୁ କ୍ଷେପଣାସ୍ତ୍ର ମାଡ । ଦୁର୍ଘଟଣା ପଛରେ ୟୁକ୍ରେନ ସେନା ବୋଲି ଦାବି କଲା ଋଷ

195

କନକ ବ୍ୟୁରୋ : କେମିତି ଦୁର୍ଘଟଣାଗ୍ରସ୍ତ ହେଲା ଋଷର ପରିବହନ ବିମାନ । କ୍ଷେପଣାସ୍ତ୍ର ମାଡ କରି କିଏ ଖସାଇଲା ବିମାନ ଏହାକୁ ନେଇ ବଢିଛି ବିତର୍କ । ୟୁକ୍ରେନ ସୀମାରେ ଘଟିଥିବା ଏହି ଦୁର୍ଘଟଣା ପଛରେ ୟୁକ୍ରେନ ସେନା ରହିଛି ବୋଲି ଋଷ ଦାବି କରୁଛି ।

ଅନ୍ୟପଟେ ଆରୋପକୁ ପ୍ରତ୍ୟାଖ୍ୟାନ କରି ଓଲଟା ଋଷ ଉପରେ ଦୋଷ ଲଦିଛି କ୍ରେମଲିନ । ରୁଷ-ୟୁକ୍ରେନ ସୀମା ବେଲଗୋରୋଡରେ ବିମାନଟି ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ୬୫ ଜଣ ୟୁକ୍ରେନର ଯୁଦ୍ଧବନ୍ଦୀ ଥିଲେ । ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିବା ବେଳେ ଯୁଦ୍ଧବନ୍ଦୀଙ୍କ ସହ କ୍ରିଉ ମେମ୍ବରଙ୍କୁ ମିଶାଇ ମୋଟ ୭୪ଜଣଙ୍କ ମୃତ୍ୟୁ ହୋଇଛି । ମସ୍କୋ ସମୟ ପୂର୍ବାହ୍ନ ୧୧ଟା ସମୟରେ ଗତକାଲି ଏହି ଦୁର୍ଘଟଣା ଘଟିଛି । ରୁଷ ବାୟୁସେନା ପକ୍ଷରୁ ଦୁର୍ଘଟଣା ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।