ପାକିସ୍ତାନକୁ କଡ଼ା ଜବାବ୍ ଦେଲେ ମାନୁଷୀ ଛିଲ୍ଲର ! କହିଲେ ସୁନ୍ଦରତା ଚେହେରାରୁ ନୁହେଁ ହୃଦୟରୁ ଜଣାପଡ଼େ

Advertisment
ପାକିସ୍ତାନକୁ କଡ଼ା ଜବାବ୍ ଦେଲେ ମାନୁଷୀ ଛିଲ୍ଲର ! କହିଲେ ସୁନ୍ଦରତା ଚେହେରାରୁ ନୁହେଁ ହୃଦୟରୁ ଜଣାପଡ଼େ

୨୦୧୭ର ମିସ୍ ୱାର୍ଲଡ ମାନୁଷୀ ଛିଲ୍ଲର ଭାରତ ଆସିବା ପରେ ମୁମ୍ବାଇରେ ତାଙ୍କୁ ଖୁବ୍ ଧୁମଧାମରେ ସ୍ୱାଗତ କରାଯାଇଥିଲା । ପ୍ରଥମ ପ୍ରେସ୍ କନଫରେନ୍ସରେ ସୁନ୍ଦରତା ଉପରେ କହୁଥିବା ଲୋକଙ୍କୁ ସେ କଡ଼ା ଜବାବ୍ ଦେଇଥିଲେ ।

publive-imageବାସ୍ତବରେ ମିସ୍ ୱାର୍ଲଡ ୨୦୧୭ର ତାଜ୍ ଜିତିସାରିବାପରେ ମାନୁଷୀ ପାକ୍ କୁ କଡ଼ା ଜବାବ୍ ଦେଇଛନ୍ତି । ମାନୁଷୀଙ୍କୁ ଯେତେବେଳେ ପଚରାଗଲାଯେ ପାକ୍ ର କିଛି ଲୋକଙ୍କ କହିବା ଅନୁସାରେ ପାକ୍ ରେ ବୁର୍ଖା ତଳେ ମାନୁଷୀଙ୍କ ଠାରୁ ଅଧିକ ସୁନ୍ଦର ଝିଅ ଅଛନ୍ତି, ମାନୁଷୀ କହିଲେଯେ, ମୁଁ କେବଳ ଏତିକି କହିବାକୁ ଚାହୁଁଛି ଏହା ବାହାରର ସୁନ୍ଦରତା କଥା ନୁହେଁ । ଏଭଳି ଦେଖିଲେ ବହୁତ ଝିଅ ସୁନ୍ଦର ଥିଲେ । କିନ୍ତୁ ମୋ କହିବାର ଅର୍ଥ ହେଉଛି ତୁମେ ନିଜର ସୁନ୍ଦରତାକୁ କେତେ ଭଲ କାମରେ ନିୟୋଜନ କରିପାରୁଛ ।

ଆଉ ମଧ୍ୟ ସେ କହିଥିଲେ ଏହାର ମାନେ ନୁହେଁ ତୁମେ କେଉଁ ଦେଶରେ ରହୁଛ, ବରଂ ଏହା ସେହି ବ୍ୟକ୍ତିର କଥା ଯିଏ ବିଶ୍ୱରେ ଯୋଗଦାନ ଦେଇ କିଛି ପରିବର୍ତ୍ତନ ଆଣିପାରେ । ମାନୁଷୀ ପେସାରେ ଜଣେ ଡାକ୍ତର । ସେ ହରିୟାଣା ପାଇଁ କାମ କରିବାକୁ ଚାହାନ୍ତି ବୋଲି ମଧ୍ୟ କହିଛନ୍ତି । ମାନୁଷୀଙ୍କ ପୂର୍ବରୁ ୨୦୦୦ରେ ପ୍ରିୟଙ୍କା ମିସ୍ ୱାର୍ଲଡର ତାଜ୍ ଜିତିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe