ମିସ ୱାର୍ଲଡ ଛିଲ୍ଲରଙ୍କ ଡ୍ୟାନ୍ସ ଭିଡିଓ ଭାଇରାଲ ! ରାମଲୀଲାର ଢୋଲ ନାଗାଡା ଗୀତରେ ନାଚି ଜିଣିଲେ ସମସ୍ତଙ୍କ ହୃଦୟ

32

କନକ ବ୍ୟୁରୋ: ମିସ ୱାର୍ଲଡ ମୁକୁଟ ଜିଣିବା ପରେ ଗତକାଲି ରାତିରେ ସ୍ୱଦେଶ ଫେରି ଆସିଛନ୍ତି ହରିୟାଣା ସୁନ୍ଦରୀ ମାନୁଷୀ ଛିଲ୍ଲର । ତାଙ୍କ ମୁମ୍ବାଇର ଏୟାରପୋର୍ଟରେ ପ୍ରଶଂସକ ଓ ଅଗଣିତ ଜନତା ସ୍ୱାଗତ କରିଥିଲେ । ମାନୁଷୀ ଆସିବାର ଘଂଟାକ ଆଗରୁ ତାଙ୍କ ପ୍ରଶଂସକମାନେ ପୋଷ୍ଟର ବ୍ୟାନର ଧରି ଏୟାରପୋର୍ଟ ବାହାରେ ଅପେକ୍ଷା କରିଥିଲେ । ମିସ ଦିୱା ୨୦୧୭ର ରନର୍ସ ଅଫ ଅପେକ୍ଷା ପୋଖାଲ, ଫେମିନା ମିସ ଇଣ୍ଡିଆର ଫାଷ୍ଟ ରନର୍ସ ଅଫ ସନା ଦୁଆ ଏବଂ ସେକେଣ୍ଡ ରନର୍ସ ଅଫ ପ୍ରିୟଙ୍କା କୁମାରୀ ମଧ୍ୟ ଏୟାରପୋର୍ଟରେ ମାନୁଷୀଙ୍କୁ ସ୍ୱାଗତ କରିଥିଲ । ହରିୟାଣା ଏକ ମଧ୍ୟବିତ ପରିବାରରୁ ଆସିଥିବା ମାନୁଷୀ ଛିଲ୍ଲର ବିଶ୍ୱର ୧୧୭ ସୁନ୍ଦରୀଙ୍କୁ ପଛରେ ପକାଇ ମିସ ୱାର୍ଲଡ ମୁକୁଟ ହାସଲ କରି ଭାରତର ଗୌରବ ବଢାଇଛନ୍ତି ।

ସେହିପରି ପୁଣି ଥରେ ଚର୍ଚ୍ଚାରେ ରହିଛନ୍ତି ମାନୁଷୀ ଛିଲ୍ଲର । ଗତ ସପ୍ତାହରେ ମିସ ୱାଲ୍ଡ ହେବା ପରେ କଂଗ୍ରେସ ନେତା ଶଶୀ ଥରରୁଙ୍କ ବିବାଦୀୟ ଟ୍ୱିଟକୁ ନେଇ ସେ ଚର୍ଚ୍ଚାକୁ ଆସିଥିଲେ । ହେଲେ ଏଥର କୌଣସି ବିବାଦକୁ ନେଇ ନୁହେଁ ଏଥର ତାଙ୍କ ଡ୍ୟାନ୍ସ ଧମାକାକୁ ନେଇ ସବୁଠି ଚର୍ଚ୍ଚା । ତେବେ ମିସ ୱାର୍ଲଡ ପ୍ରତିଯୋଗୀତାରେ ମାନୁଷୀ ଛିଲ୍ଲର ନୃତ୍ୟ କରିଥିବା ଭିଡିଓ ଏବେ ଭାଇରାଲ ହେଉଛି । ଦୀପିକା ଅଭିନୀତ ରାମ ଲୀଲା ଫିଲ୍ମର ନାଗାଡା ଗୀତରେ ନୃତ୍ୟ କରିଥିଲେ । ଇଂଟରଡ୍ୟୁସ ରାଉଣ୍ଡରେ ପଫର୍ମ କରିବାକୁ ମାନୁଷୀ ବାଛିଥିଲେ ଦୀପିକାଙ୍କ ନାଗାଡା ଗୀତକୁ । ଏହି ରାଉଣ୍ଡରେ ସବୁ ପ୍ରତିଯୋଗୀ ନିଜ ଦେଶର ଗୀତରେ ନୃତ୍ୟ କରିବା ସର୍ତ ରହିଥିଲା । ୟୁଟ୍ୟୁବରେ ମାନୁଷୀଙ୍କ ନୃତ୍ୟକୁ ୧.୨ ମିଲିୟନ ଦର୍ଶକ ଦେଖିଥିବା ଜଣା ପଡିଛି । ଗତ ସପ୍ତାହରେ ମାନୁଷୀ ମିସ୍ ୱାର୍ଲଡ ମୁକୁଟ ହାସଲ କରିଥିଲେ ।