‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

Advertisment
‘ମିସ୍‌ ୟୁନିଭର୍ସ ୨୦୨୩’ ବିଜୟିନୀ ହେଲେ ନିକାରାଗୁଆର ସେଏନିସ୍‌ ପାଲାସିଓ

କନକ ବ୍ୟୁରୋ: ଆଜି କେନ୍ଦ୍ରୀୟ ଆମେରିକୀୟ ରାଷ୍ଟ୍ର ଏଲ୍‌ ସାଲ୍‌ଭାଡର୍‌ର ଜସ୍‌ ଏଡଲ୍‌ଫୋ ପିନିଡା ରଙ୍ଗମଞ୍ଚରେ ଆୟୋଜିତ ୭୨ତମ ‘ମିସ୍‌ ୟୁନିଭର୍ସ’ ସୌନ୍ଦର୍ୟ୍ୟ ପ୍ରତିଯୋଗିତାରେ ନିକାରାଗୁଆର ସେଏନିସ୍‌ ପାଲାସିଓ ‘ମିସ୍‌ ୟୁନିଭର୍ସ ୨୦୨୩’ ମୁକୁଟ ବିଜୟିନୀ ହୋଇଛନ୍ତି।

‘ମିସ୍‌ ୟୁନିଭର୍ସ ୨୦୨୨’ ଆର୍‌’ବନ୍ନି ଗାବ୍ରିଏଲ୍‌ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଚଳିତ ବର୍ଷ ଏହି ପ୍ରତିଯୋଗିତାରେ ନିକାରାଗୁଆ, ଅଷ୍ଟ୍ରେଲିଆ ଓ ଥାଇଲାଣ୍ଡ୍‌ ଶ୍ରେଷ୍ଠ ୩ ସ୍ଥାନରେ ସ୍ଥାନିତ ହୋଇଛନ୍ତି। ‘ମିସ୍‌ ୟୁନିଭର୍ସ’ ବିଜୟିନୀ ହେବାରେ ସେଏନିସ୍‌ ପାଲାସିଓ ହେଉଛନ୍ତି ନିକାରାଗୁଆର ପ୍ରଥମ ମହିଳା। ଚଳିତ ବର୍ଷର ଏହି ପ୍ରତିଯୋଗିତାରେ ୮୪ ଦେଶ ଓ ଅଞ୍ଚଳର ପ୍ରତିଯୋଗୀମାନେ ପରସ୍ପର ସହିତ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଏହି ପ୍ରତିଯୋଗିତା ଉପସ୍ଥାପନ କରିଥିଲେ ଆମେରିକୀୟ ଟେଲିଭିଜନ୍‌ ବ୍ୟକ୍ତିତ୍ୱ ଜିନି ମାଇ, ‘ମିସ୍‌ ୟୁନିଭର୍ସ ୨୦୧୨’ ଅଲିଭିଆ କ୍ୟୁଲ୍‌ପୋ ଓ ଆମେରିକୀୟ ଟେଲିଭିଜନ୍‌ ଉପସ୍ଥାପିକା ମାରିଆ ମିନୋନସ୍‌।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe