କନକ ବ୍ୟୁରୋ : କିଏ ମୁହଁରେ ରୁମାଲ ବାନ୍ଧି ରାସ୍ତାରେ ଯାଉଛି, କିଏ ଦୁର୍ଗନ୍ଧରୁ ମୁକ୍ତି ପାଇବା ପାଇଁ ଲୁଗାକାନିରେ ନ୍ଧଳ ଘୋଡାଇ ଦେଇଛି । ଏ ହେଉଛି ଭୁବନେଶ୍ୱର ୮ ନମ୍ବର ଅଂଚଳର ଦୃଶ୍ୟ । ଭୟଙ୍କର ଦୁର୍ଗନ୍ଧରେ ଫାଟିପଡୁଛି ଅଂଚଳ । ଜନବସତି ଭିତରେ ବିଏମସିର ମାଇକ୍ରୋ କମ୍ପୋଷ୍ଟ ସେଂଟର ଏବେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଘରର କବାଟ ଝରକା ବନ୍ଦ କରି ରହୁଛନ୍ତି ରାଜଧାନୀବାସୀ । ଲୋକଙ୍କୁ ଘାରିଛି ବିଭିନ୍ନ ରୋଗର ଭୟ ।

Advertisment

ସାରା ଭୁବନେଶ୍ୱରରେ ଏକା ଅବସ୍ଥା । ଘରେ ରହିହେଉନି । ମଶା ମାଛିଙ୍କ ପ୍ରାଦୁର୍ଭାବ ବଢିଯାଇଛି । ଘରୁ ବାହାରିଲେ ଦୁର୍ଗନ୍ଧ । ଆବର୍ଜନା ପରିଚାଳନା ନେଇ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା, ତାହା କାର୍ଯ୍ୟରେ ରୂପାନ୍ତର ହୋଇପାରୁନି । ଲୋକ ହନ୍ତସନ୍ତ ହେଉଥିବା ବେଳେ ବିଏମସି ଓ ନଗର ଉନ୍ନୟନ ବିଭାଗ ହାତ ଟେକି ଦେଇଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ।

ସ୍ମାର୍ଟ ସିଟିର ଏପରି ଅବସ୍ଥା ଯୋଗୁଁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । କେବେ ଏହି ସମସ୍ୟାର ସମାଧାନ ହେବ ସ୍ପଷ୍ଟ ଭାବେ କହିପାରୁନାହାନ୍ତି ବିଏମସି କର୍ତୃପକ୍ଷ ।