ନୟାଗଡର ଯୁବତୀଙ୍କୁ ରାଜଧାନୀରେ ଅସଦାଚରଣ ଅଭିଯୋଗ । ଓଲା କାରରେ ଟେକିନେବା ପରେ ଜାତୀୟ ରାଜପଥ କଡରେ ଫୋପାଡି ଚାଲିଗଲେ ଦୁର୍ବୃତ୍ତ

710

କନକ ବ୍ୟୁରୋ: ଖୋର୍ଦ୍ଧାରେ ଅଭାବନୀୟ ଘଟଣା । ଯୁବତୀଙ୍କୁ ମୁମୁର୍ଷୁ ଅବସ୍ଥାରେ ରାସ୍ତା କଡରେ ଫୋପାଡି ଚାଲିଗଲେ ଦୁବୃର୍ତ । ମିଳିଥିବା ସୂଚନା ଅନୁସାରେ, ନୟାଗଡର ଜଣେ ଯୁବତୀ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ରହୁଥିଲେ । କୌଣସି କାମରେ ଏହି ଯୁବତୀ ଜଣଙ୍କ ଭୁବନେଶ୍ୱର ଆସିଥିଲେ । ମିଳିଥିବା ସୂଚନା ଅନୁସାରେ ଫେରିବା ସମୟରେ ଖଣ୍ଡଗିରି ନିକଟରେ କିଛି ଯୁବକ ଏହି ଯୁବତୀଙ୍କୁ ଖରାପ ବ୍ୟବହାର କରିଥିଲେ ।

ପରେ ଏକ ଓଲା କାରରେ ଆଣି ଜାତୀୟ ରାଜପଥ କଡରେ ଫିଙ୍ଗି ଦେଇଥିଲେ । ଯୁବତୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ବର୍ତମାନ ଏହି ଯୁବତୀଙ୍କ ଚିକିତ୍ସା ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି । ପୋଲିସ ଯୁବତୀଙ୍କ ବୟାନ ରେକର୍ଡ କରିଛି । ତେବେ ପ୍ରକୃତ ଘଟଣା କଣ ରହିଛି ସେନେଇ ଅଧିକ ଅନୁସନ୍ଧାନ ପରେ ଜଣାପଡିବ ବୋଲି ପୋଲିସ ସୂଚନା ଦେଇଛି ।