କନକ ବ୍ୟୁରୋ : ଦେଶରେ ସିଏଏ ଲାଗୁ ନେଇ ସରକାର ଘୋଷଣା କରିବା ପରେ ବିଭିନ୍ନ ରାଷ୍ଟ୍ର ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଆମେରିକାର ଟିପ୍ପଣୀ ଉପରେ ଜବାବ ରଖିଛି ଭାରତୀୟ ବୈଦେଶିକମନ୍ତ୍ରାଳୟ । ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ବିନା ତଥ୍ୟରେ ବୟାନବାଜୀ ଆଦୌ ଗ୍ରହଣୀୟ ନୁହେଁ । ଆମେରିକା ଟିପ୍ପଣୀ ଭୁଲ ଓ ଅନୁଚିତ ଅଟେ । ଆମେରିକା ବିଦେଶ ମନ୍ତ୍ରାଳୟ କହିଥିଲା ସିଏଏ ଉପରେ ନଜର ରଖିଛି ଆମେରିକା । କିଭଳି ଏହି ଆଇନ କିପରି ଲାଗୁ କରାଯିବ ତା ଉପରେ ମଧ୍ୟ ତୀକ୍ଷ୍ମଣ ନଜର ରଖାଯିବ । ଏଥିସହ ଆମେରିକା କହିଛି ଧାର୍ମିକ ସ୍ୱତନ୍ତ୍ରତା ପ୍ରତି ସମ୍ମାନ, ସମସ୍ତ ସମ୍ପ୍ରଦାୟ ପାଇଁ ଆଇନ ଅନୁୁଯାୟୀ ସମାନ ବ୍ୟବହାର ହେଉଛି ମୌଳିକ ଗଣତାନ୍ତ୍ରିକ ନୀତି । ହ୍ୟୁମାନ ରାଇଟସ ୱାଚ ଓ ଆମନେଷ୍ଟି ଇଂଟରନ୍ୟାସନାଲ ସିଏଏକୁ ମୁସଲମାନଙ୍କ ପ୍ରତି ଭେଦଭାବ ଦର୍ଶାଉଛି ।
ନାଗରିକ ସଂଶୋଧନ ଆଇନ ଉପରେ ଆମେରିକା ଟିପ୍ପଣୀ ଉପରେ ଭାରତର କଡ଼ା ଜବାବ । ଏମଇଏ କହିଲା ସିଏଏ ଭାରତର ଆଭ୍ୟନ୍ତରୀଣ ମାମଲା
/kanak/media/post_attachments/wp-content/uploads/2024/03/caa.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)