ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୁଧୁରୁନି ବ୍ୟବସ୍ଥା ; ଟିକେଟ ପାଇଁ ଲାଗୁଛି ଲମ୍ବା ଲାଇନ୍, ରାତି ଉଜାଗର ରହୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ

ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୁଧୁରୁନି ବ୍ୟବସ୍ଥା ; ଟିକେଟ ପାଇଁ ଲାଗୁଛି ଲମ୍ବା ଲାଇନ୍, ରାତି ଉଜାଗର ରହୁଛନ୍ତି ରୋଗୀ ଓ ସେମାନଙ୍କ ସମ୍ପର୍କୀୟ

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ସୁଧୁରୁନି ବ୍ୟବସ୍ଥା । ଟିକେଟ ଖଣ୍ଡେ କରିବାକୁ ଲାଗୁଛି ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଲାଇନ୍ । ଭଲ ଚିକିତ୍ସା ପାଇବାକୁ ଏଠାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଛନ୍ତି ରୋଗୀ । କିନ୍ତୁ ଟିକେଟ ଖଣ୍ଡେ କରିବାକୁ ରୋଗୀଙ୍କ ସେମାନଙ୍କ ସମ୍ପର୍କୀୟଙ୍କୁ ହିନସ୍ତା ହେବାକୁ ପଡୁଛି । ଖରା, ବର୍ଷା, ଶୀତ କାକର ସହି ଲାଇନ୍ ଲଗାଉଛନ୍ତି । ସନ୍ଧ୍ୟା ୫ଟାରୁ ସକାଳ ଯାଏ ଲାଇନରେ ରହିବାକୁ ପଡୁଛି ।

ୟୁରୋଲୋଜି, ନ୍ୟୁରୋଲୋଜି, ନେଫ୍ରୋଲୋଜି, ଜେନେରିକ ମେଡିସିନ ଭଳି ବିଭାଗରେ ସୀମିତ ଟିକେଟ ଥିବାରୁ ପଞ୍ଜିକରଣ ପାଇଁ ରୋଗୀଙ୍କୁ ରାତି ସାରା ଧାଡ଼ିରେ ରହିବାକୁ ପଡୁଛି । ବିଶେଷକରି ପଶ୍ଚିମବଙ୍ଗ, ବିହାର ଓ ଝାଡ଼ଖଣ୍ଡର ରୋଗୀ ଓ ତାଙ୍କ ସମ୍ପର୍କୀୟ ଏହି ଲମ୍ବା ଲାଇନରେ ଠିଆ ହେଉଛନ୍ତି । ଅନଲାଇନରେ ଟିକେଟ ସେବା ଉପଲବ୍ଧ ନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe