କନକ ବ୍ୟୁରୋ: ପୁଣି ଗୁଡି ସୂତା ହେଲା କାଳ । ଗୁଡି ସୂତା ଲାଗିବାରୁ ବେକ କଟିଯାଇ ପ୍ରବଳ ରକ୍ତସ୍ରାବ ହୋଇଛି । କଟକ କାଠଯୋଡି ବ୍ରିଜ ଉପରେ ଘଟିଛି ଏହି ଘଟଣା । ଆହତ ହୋଇଥିବା ବ୍ୟକ୍ତି ଅକ୍ଷୟ ମହାପାତ୍ର । ସେ କଟକରୁ ଭୁବନେଶ୍ୱର ଆସୁଥିଲେ । ଏହି ସମୟରେ କାଠଯୋଡି ବ୍ରିଜ ଉପରେ ବେକରେ ଛନ୍ଦି ହୋଇଯାଇଥିଲା ଗୁଡି ସୂତା । ପ୍ରବଳ ରକ୍ତ ସ୍ରାବ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ସେ ସୁସ୍ଥ ଅଛନ୍ତି ।

କଟକରେ ଗୁଡି ସୂତା ଲାଗି ଆହତ ହେବା ଘଟଣା ବଢି ଚାଲିଛି । ଗତକିଛି ଦିନ ଭିତରେ କେବଳ ଗୁଡି ସୂତା ଲାଗି ୪ରୁ ଅଧିକ ଆହତ ହେଲେଣି । ପୂର୍ବରୁ ଗୁଡି ସୂତା କଟକରେ ଜୀବନ ବି ନେଇଛି । ମାଂଜା ଓ ଚାଇନା ସୂତା ନିଷିଦ୍ଧ କରାଯାଇଥିଲେ ବି ଲୋକେ ଏହାକୁ ମାନୁ ନାହାନ୍ତି । କିଛି ଲୋକଙ୍କ ମଜା ପାଇଁ ସାଧାରଣ ଲୋକଙ୍କ ଜୀବନ ବିପନ୍ନ ହେଉଛି ।