କନକ ବ୍ୟୁରୋ : ଗୁରୁବାର ଭୋର ସମୟରେ ସୁରଟର ଏକ ପ୍ରିଣ୍ଟିଙ୍ଗ ମିଲରେ କେମିକାଲ ଗ୍ୟାସ ଲିକ୍ ଯୋଗୁଁ ୬ ଶ୍ରମିଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଉଦ୍ଧ୍ୱର୍ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଆହତ ଶ୍ରମିକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି ।
ସୂଚନା ମୁତାବକ, ଗୁରୁବାର ଭୋର ସମୟରେ ସୁରଟର ବିଶ୍ୱ ପ୍ରେମ୍ ଡାଇଙ୍ଗ ଆଣ୍ଡ ପ୍ରିଣ୍ଟିଙ୍ଗ ମିଲରେ ଟ୍ୟାଙ୍କରରୁ ଗ୍ୟାସ ଲିକ୍ ହୋଇଥିଲା । ଫଳରେ ଅଣନିଶ୍ୱାସୀ ହୋଇ ଘଟଣାସ୍ଥଳରେ ହିଁ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଆଜି ଭୋର ସମୟରେ କେହି ଅଜଣା ଟ୍ୟାଙ୍କର ଚାଳକ ଆସି ମିଲ ପାଖରେ ଥିବା ଏକ ନାଳି ନିକଟରେ ବିଷାକ୍ତ କେମିକାଲ ପକାଉଥିଲେ । ହଠାତ ଏଥିରୁ ଗ୍ୟାସ ବାହାରି ଆଖପାଖ ସ୍ଥାନରେ ବ୍ୟାପୀଯାଇଥିଲା ।ଫଳରେ ଶ୍ରମିକମାନେ ଅଣନିଶ୍ୱାସୀ ହୋଇପଡିଥିଲେ ।