ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ବ୍ଲାଷ୍ଟ ଫର୍ନେସରେ ଗ୍ୟାସ୍ ଲିକ୍ ହୋଇ ୯ଆହତ । ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି ।

208

କନକ ବ୍ୟୁରୋ: ରାଉରକେଲା ଷ୍ଟିଲ ପ୍ଲାଣ୍ଟରେ ଅଘଟଣ । ବ୍ଲାଷ୍ଟ ଫର୍ଣ୍ଣେସରେ ଗ୍ୟାସ ଲିକ୍ ଯୋଗୁଁ ୯ ଜଣ ଆହତ ହୋଇଛନ୍ତି । ଆହତଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତି କରାଯାଇଛି । ଜଣେ ସାମନ୍ୟ ଅସୁସ୍ଥ ଥିବା ବେଳେ ଅନ୍ୟ ୮ ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି । ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଶ୍ରମ ମନ୍ତ୍ରୀ । ଗ୍ୟାସ୍ ଲିକ ଘଟଣାରେ ଖବର ମିଳିଛି, ତର୍ଜମା କରିବାକୁ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଶ୍ରମମନ୍ତ୍ରୀ ।