ସୁକମା ସିଆରପିଏଫ କ୍ୟାମ୍ପରେ ଅଘଟଣ । ସାଥୀ ଯବାନଙ୍କ ଗୁଳିରେ ୪ଯବାନ୍ ମୃତ, ୩ ଗୁରୁତର

237

କନକ ବ୍ୟୁରୋ : ଛତିଶଗଡ ସୁକମାରେ ଥିବା ୫୦ ବାଟାଲିୟନ କ୍ୟାମ୍ପରେ ଅଘଟଣ । କ୍ୟାମ୍ପରେ ଜଣେ ଯବାନ ସାଥୀ ଯବାନଙ୍କୁ ଗୁଳି ମାରିବାରୁ ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଅତି ସମ୍ବେଦନଶୀଳ ଥିବା ଜଣାପଡିଛି । ଏହି ଘଟଣା ରାତି ପାଖାପାଖି ୧ଟା ସମୟରେ ଘଟିଥିବା ସୂଚନା ରହିଛି ।

ସୂଚନା ମୁତାବକ, ଯେଉଁ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଏପରି ଅଘଟଣ ଘଟିଛି ସେମାନେ ଗତ ରାତିରେ ନକ୍ସଲ କ୍ଷେତ୍ରରେ ଡ୍ୟୁଟିରେ ମୁତୟନ ଥିଲେ । ଏହି ସମୟରେ ସେମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା, ଯାହା କ୍ରମେ ହିଂସା ରୂପ ନେଇଛି । ଫଳରେ ମାନସିକ ଭାରସାମ୍ୟ ହରାଇ ଯବାନ ଜଣକ ସାଥୀ ଯବାନଙ୍କ ଉପରକୁ ଆଖିବୁଜା ଗୁଳି କରିଥିଲା । ଘଟଣା ସ୍ଥଳରେ ୪ ଯବାନଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୩ଯବାନ ଗୁରୁତର ହୋଇପଡିଛନ୍ତି । ଏହି ଘଟଣା ପରେ ସିଆରପିଏଫ୍ ଅଧିକାରୀ ମାମଲାର ଛାନବିନ୍ କରିଛନ୍ତି । ଏଯାଏଁ କାରଣ ସ୍ପଷ୍ଟ ହୋଇନାହିଁ ।