ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଅଧିକାର। ସିପି କହିଲେ, ଆଇନ ହାତରୁ କେହି ଖସି ପାରିବେ ନାହିଁ

272

କନକ ବ୍ୟୁରୋ: ସହିଦନଗର ଥାନାରେ ରାତି ଅଧରେ ଲଙ୍କାକାଣ୍ଡ । ଦୁବୃର୍ତଙ୍କ ସଂଘବଦ୍ଧ ଆକ୍ରମଣରେ ସହିଦନଗର ଥାନା ଆଇଆଇସିଙ୍କ ସମେତ ୪ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି ଲଙ୍କାକାଣ୍ଡ ଘଟିଛି । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁବୃର୍ତ ଆକ୍ରମଣ କରିବା ସମୟରେ ପୁଲିସ ଅଟକାଇବାରୁ ଆକ୍ରମଣର ଶିକାର ହୋଇଛି । ଏଥିରେ ଆଇଆଇସି ବିରଂଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇଛନ୍ତି ।

ଖାଲି ସେତିକି ନୁହେଁ ଦୁବୃର୍ତମାନେ ଥାନା ଭିତରେ ଥିବା ଫୁଲକୁଣ୍ଡ , ଚେୟାର, ଟେଲିଫୋନ୍ , ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର କରି ଦେଇଛନ୍ତି । ପ୍ରାୟ ଅଧଘଂଟା କାଳ ଚାଲିଥିଲା ଖଣ୍ଡଯୁଦ୍ଧ । ଥାନା ଭିତରକୁ ଢ଼େଲା ପଥର ମଧ୍ୟ ମାଡ କରିଥିଲେ ଦୁବୃର୍ତ । ପରିସ୍ଥିତି ଅଣାୟତ ହେବାରୁ ଥାନାରେ ତିନି ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହୋଇଛନ୍ତି । ପୁଲିସକୁ ଆକ୍ରମଣ କରି ଖସି ଯାଉଥିିବାବେଳେ ୬ଜଣଙ୍କୁ ଅଟକ ରଖିଛି ପୁଲିସ୍ । ସିପି କହିଲେ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି  । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଇନ ହାତରୁ କେହି ଖସି ପାରିବେ ନାହିଁ ।