କନକ ବ୍ୟୁରୋ: ଭୁବନେଶ୍ୱର ଖାରବେଳନଗର ସ୍ଥିତ ପୂର୍ବତନ ବିଜେପି କର୍ପୋରେଟରଙ୍କ ଘରେ ଗାଡି ପୋଡିଲେ ଦୁବୃର୍ତ । ଦୁଇଟି ବାଇକ୍, ୨ଟି ସ୍କୁଟି ଓ ଗୋଟିଏ ମାରୁତି ଗାଡି ଗାଡିକୁ ପୋଡି ଦେଇଛନ୍ତି ।
ଗତକାଲି ରାତିରେ ଭୁବନେଶ୍ୱର ଖାରବେଳନଗର ଅଂଚଳରେ ଘଟିଛି ଘଟଣା । ପୂର୍ବତନ କର୍ପୋରେଟର ଲାଲା ଅଶୋକ କୁମାର ରୟଙ୍କ ଘରେ ବିଳମ୍ବିତ ରାତିରେ ଘଟିଛି ଏହି ଅଭାବନୀୟ ଘଟଣା ।
ଅଶୋକଙ୍କ କହିବା ଅନୁଯାୟୀ ରାତି ଗୋଟାଏ ୩୦ରେ ଜୋରରେ ଶବ୍ଦ ହେବାରୁ କୁକୁର ଭୁକିଥିଲା । ତାପରେ ଅଶୋକ ଉଠି ଦେଖିବା ବେଳକୁ ସବୁ ଗାଡି ପୋଡି ଯାଇଥିଲା ।
ପୂର୍ବରୁ ମଧ୍ୟ ତାଙ୍କ ଘର ଉପରକୁ ଏଭଳି ଆକ୍ରମଣ ହୋଇଥିଲା ବୋଲି କହିଛନ୍ତି ଅଶୋକ । ଅନ୍ୟପଟେ କିଏ ଓ କାହିଁକି ଏଭଳି କାଣ୍ଡ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ପହଁଚି ଘଟଣାର ଛାନଭିନ୍ ଆରମ୍ଭ କରିଛି ।
Follow Us/kanak/media/post_attachments/wp-content/uploads/2018/09/vlcsnap-2018-09-26-10h26m09s918-300x220.png)
/kanak/media/post_attachments/wp-content/uploads/2018/09/vlcsnap-2018-09-26-10h26m21s662-300x220.png)
/kanak/media/post_attachments/wp-content/uploads/2018/09/vlcsnap-2018-09-26-10h26m26s662-300x220.png)