କନକ ବ୍ୟୁରୋ: ବ୍ରହ୍ମଗିରିରେ ବାଲାଟ ବକ୍ସକୁ ପାଣିରେ ଫିଙ୍ଗିଦେଲେ ଦୁର୍ବୃତ୍ତ । ଚାପମାଣିକ ପଞ୍ଚାୟତ କାଶିଝରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ କାଣ୍ଡ । ୯ ନମ୍ବର ବୁଥର ବାଲାଟ ବକ୍ସକୁ ନେଇ ପାଣିରେ ଫିଙ୍ଗିଦେଲେ ଦୁର୍ବୃତ୍ତା ଘଟଣାସ୍ଥଳରେ ଉତ୍ତେଜନା ପରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ସେହିପରି ବ୍ରହ୍ମଗିରି ନିଶିଭଅଁର ଗାଁରେ ଭୋଟ୍ ଗ୍ରହଣ ବେଳେ ରାଜନୈତିକ ହିଂସା ଦେଖାଯାଇଛି । ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୪ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଆହତଙ୍କୁ ରେବଣା ନୂଆଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଛି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ଭୋଟ୍ ଦେବାକୁ କହିବାରୁ ଏହି ସଂଘର୍ଷ ଘଟିଥିବା ଅଭିଯୋଗ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/23-22.jpg)