ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହଷ୍ଟେଲ ଉପରକୁ ବାଣ ମାଡ । ଛାତ୍ରବାସର ଅନ୍ତେବାସୀ ଓ କର୍ମଚାରୀ ଆହତ ସୂଚନା

108

କନକ ବ୍ୟୁରୋ: ଦୀପାବଳି ପାଳନ ସମୟରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଛାତ୍ରାବାସ ଉପରକୁ ବାଣ ମାଡ । ଏଥିରେ ଛାତ୍ରାବସର ଅନ୍ତେବାସୀ ଓ କର୍ମଚାରୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମେଡିକାଲ କଲେଜର ଛାତ୍ରଛାତ୍ରୀ । ହଷ୍ଟେଲ ନିକଟରେ ଯାଇଥିବା ରାସ୍ତା ଉପରେ ପାଟ୍ରୋଲିଂ ସହିତ ବାହାରେ ସିସିଟିଭି ଲଗାଇବାକୁ ଦାବି କରିଛନ୍ତି ଛାତ୍ରମାନେ । ଦୀପାବଳି ଦିନ ରାତି ପ୍ରାୟ ୧୧ଟା ସମୟରେ କ୍ୟାମ୍ପସ ବାହାରେ ଯାଇଥିବା ରାସ୍ତା ଉପରେ କିଛି ଅଜଣା ଯୁବକ ଏପରି କାଣ୍ଡ ଘଟାଇଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରି ଏପରି ଘଟଣା ଘଟାଇଥିବା ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛି ।