ଅନୁଗୁଳରେ ମାତିଛନ୍ତି ଲୁଟେରା ! ଆନ୍ଧ୍ରବ୍ୟାଙ୍କ ଲୁଟ୍ ପରେ ପୁଣି ଷ୍ଟେଟ ବ୍ୟାଙ୍କରୁ ଡକାୟତି ଉଦ୍ୟମ

ଅନୁଗୁଳରେ ମାତିଛନ୍ତି ଲୁଟେରା ! ଆନ୍ଧ୍ରବ୍ୟାଙ୍କ ଲୁଟ୍ ପରେ ପୁଣି ଷ୍ଟେଟ ବ୍ୟାଙ୍କରୁ ଡକାୟତି ଉଦ୍ୟମ

କନକ ବ୍ୟୁରୋ: ଅନୁଗୁଳ ଆନ୍ଧ୍ର ବ୍ୟାଙ୍କରୁ ଡକାୟତି ଘଟଣାକୁ ୨୪ ଘଂଟା ନ ପୁରୁଣୁ ପୁଣି ଗତକାଲି ବିଳମ୍ବିତ ରାତିରେ ଲୁଟ ଉଦ୍ୟମ ହୋଇଛି । ବନ୍ତଳାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାରୁ ଲୁଟ ଉଦ୍ୟମ ହୋଇଛି । ଡକାୟତି ମାନେ ବ୍ୟାଙ୍କର କବାଟ ତାଡି ଷ୍ଟ୍ରଂଗ ରୁମ ଭିତରକୁ ପ୍ରବେଶ କରିଥିଲେ । କିନ୍ତୁ ବ୍ୟାଙ୍କରେ ସାଇରନ ବାଜିବାରୁ ଡକାୟତି ମାନେ ଘଟଣା ସ୍ଥଳରେ ଚମ୍ପଟ ମାରିଥିଲେ । ପୁଲିସ ଘଟଣା ସ୍ଥଳରେ ପହଚିଂ ଛାନଭିନ ଆରମ୍ଭ କରିଛି । ଗତକାଲି ଆନ୍ଧ୍ର ବ୍ୟାଙ୍କରୁ ଡକାୟତି ମାନେ ବନ୍ଧୁକ ଦେଖାଇ ୨୭ ଲକ୍ଷ ଟଙ୍କା ସହ ୬୦ ଲକ୍ଷର ସୁନା ଗହଣା ଲୁଟି ନେଇଥିଲେ ।

publive-image

ଉଲ୍ଲେଖ ଥାଉ କି, ଗତକାଲି ଅନୁଗୁଳ ଶଙ୍କର ସିନେମା ରୋଡସ୍ଥିତ ଆନ୍ଧ୍ର ବ୍ୟାଙ୍କରୁ ବଡ଼ଧରଣର ଡକାୟତି ହୋଇଛି । ଛଅ ଜଣ ଡକାୟତ ଦିନ ସାଢ଼େ ୧୦ଟା ବେଳେ ବ୍ୟାଙ୍କ୍ କର୍ମଚାରୀଙ୍କ ମୁଣ୍ଡରେ ମାଉଜର୍ ଲଗାଇ ଷ୍ଟ୍ରଙ୍ଗ୍ ରୁମରୁ ନଗଦ ୨୨ଲକ୍ଷ ୭୯ହଜାର ୫୦୪ ଟଙ୍କା ଏବଂ ୨କେଜି ୯୨୧ଗ୍ରାମ୍ ସୁନାଗହଣା ଲୁଟି ଫେରାର୍ ହୋଇଯାଇଛନ୍ତି।
ଲୁଟ୍ ସୁନାର ଆନୁମାନିକ ମୂଲ୍ୟ ୭୮ଲକ୍ଷ ୭୬ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି । ବ୍ୟାଙ୍କ୍ ଡେପୁଟି ମ୍ୟାନେଜରଙ୍କ ସମେତ ଅନ୍ୟ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ମାଡ଼ ବି ମାରିଛନ୍ତି ।

publive-image

ପ୍ରାୟ ୩୦ମିନିଟ୍ ଧରି ବ୍ୟାଙ୍କ୍ ଭିତରେ ଅତି ଯୋଜନାବଦ୍ଧ ଭାବେ ଡକାୟତମାନେ ଏଭଳି ଲୁଟପାଟ୍ ଓ ଆତଙ୍କ ମଚାଇବା ପରେ ଚତୁରତାର ସହିତ ଯିବା ପୂର୍ବରୁ ବ୍ୟାଙ୍କ୍ ସିସି କ୍ୟାମେରା ମନିଟର୍ ଓ ହାର୍ଡ ଡିସ୍କ୍ ସାଂଗରେ ନେଇ ଯାଇଛନ୍ତି । ତେବେ ଏଭଳି ଡକାୟତି ଘଟଣା ଆନ୍ଧ୍ର ବ୍ୟାଙ୍କରେ ଦ୍ୱିତୀୟଥର ପାଇଁ ଘଟିଛି । ୧୯୯୮ମସିହାରେ ବି ଅନୁରୂପ ଢଙ୍ଗରେ ପ୍ରାୟ ୧୧ଲକ୍ଷ ଟଙ୍କା ବ୍ୟାଙ୍କ୍ରୁ ଲୁଟ୍ ହୋଇଥିଲା । ଗତକାଲି ଦିନ ଦ୍ୱିପ୍ରହରରେ ପୁଣି ଏ ପ୍ରକାର ଡକାୟତି ଘଟଣା ସାରା ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe