କନକ ବ୍ୟୁରୋ: ତାଲା ଭାଙ୍ଗି ଏଟିଏମ୍ ମେସିନ୍ ତାଡି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ନବରଙ୍ଗପୁର ସହର ବ୍ଲକ୍ କାର୍ଯ୍ୟାଳୟ ପାଖରେ ଏଟିଏମ୍ ଲୁଟର ଏଭଲି ଦୃଶ୍ୟ ଦେଖିବାକୁ ମିଳିଛି ।
ମଙ୍ଗଳବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମ୍ ମେସିନକୁ ତାଡି ଏଭଳି କାଣ୍ଡ ଭିଆଇ ଥିବା ଜଣାପଡିଛି । ଖବର ପାଇ ଆଜ ସକାଳୁ ଘଟଣା ସ୍ଥଳରେ ପୋଲିସ ପହଞ୍ଚିି ତଦନ୍ତ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା କେତେ ପରିପାଣର ଟଙ୍କା ଚୋରି ହୋଇଛି ତାହା ଜଣାପଡି ନାହିଁ । ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଏଟିଏମ୍ ମେସିନ୍ ଥିବା ଘରର ସଟର ତାଲା ଭାଙ୍ଗି ଭିତରକୁ ପଶିଥିଲେ ଚୋର । ଏହାପରେ ସଟର ପକାଇ ଭିତରେ ମେସିନ୍ ତାଡି ଟଙ୍କା ଚୋରି କରି ନେଇଥିବା କୁହାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/01/4-43.jpg)