ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲା ଦୁର୍ବୃତ୍ତ । ଚାହୁଁ ଚାହୁଁ ଜଳିପୋଡି ପାଉଁଶ ହେଲା ଲକ୍ଷାଧିକ ଟଙ୍କାର ତେଜରାତି ଦୋକାନ ।

210

କନକ ବ୍ୟୁରୋ: ବାକି ଟଙ୍କା ମାଗିବାରୁ ଦୋକାନ ଜାଳିଦେଲେ ଦୁର୍ବୃତ । ହୁତୁ ହୁତୁ ହୋଇ ଜଳିଗଲା ଗ୍ରସରି ଦୋକାନ । ଖୋର୍ଦ୍ଧା ଚନ୍ଦକା ଥାନା ଅନ୍ତର୍ଗତ ମହୁଲ ବଜାରରେ ଗତକାଲି ବିଳମ୍ବିତ ରାତିରେ ଏକ ଗ୍ରସରି ଦୋକାନରେ ନିଆଁ ଲଗାଇଦେଇଛନ୍ତି ଦୁର୍ବୃତ୍ତ । ଖୋର୍ଦ୍ଧା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ସୂଚନା ଅନୁସାରେ, ମଧୁପୁର ଗାଁର ବୃନ୍ଦାବନ ସାହୁଙ୍କ ଦୋକାନରୁ ତାଙ୍କ ଗାଁର ଜଣେ ଲୋକ ବାକି ନେଇଥିଲା । ବାକି ଟଙ୍କା ମାଗିବାରୁ ସେହି ଲୋକ ନିଆଁ ଲାଗାଇଦେଇଥିବା ଅଭିଯୋଗ ହୋଇଛି । ଅଗ୍ନିକାଣ୍ଡରେ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତିି ପୋଡ଼ି ପାଉଁଶ ହୋଇଯାଇଛି । ଚନ୍ଦକା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି ।