କନକ ବ୍ୟୁରୋ : ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କ୍ଷେତରେ ଥିବା ଧାନ କଳେଇ ଗଦାକୁ ଜାଳି ଦେଲେ ଦୁର୍ବୃତ । ଚାଷୀ ଆଗରେ ଜଳିଗଲା ବର୍ଷକର ଧାନ ଫସଲ । ପୁରୀ ଜିଲ୍ଲ ନିମାପଡା ବ୍ଲକ ବାଇଆବର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।
ବାଇଆବର ଗାଁର ପବିତ୍ର ଖଟେଇଙ୍କ ଧାନ ଗଦାରେ ଦୁର୍ବୃତମାନେ ନିଆଁ ଲଗାଇ ଦେଇଛନ୍ତି । ଖବର ପାଇ ନିମାପଡା ଅଗ୍ନିସମ ବିଭାଗ ଓ ବଳଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଧାନ ପୋଡି ପାଉଁଶ ହୋଇଯାଇଥିଲା । ଏବେ ଚାଷୀ କଣ କରିବେ ତାକୁ ନେଇ ଚିନ୍ତାରେ ପବିତ୍ର ଖଟେଇ । ହାତ ଉଧାରି କରି କରିଥିବା ଧାନ ଚାଷକୁ ସୁଝିବ କେମିତି, ଗୋଟିଏ ବର୍ଷ ଚଳିବେ କେମିତି, ସେହି ଚିନ୍ତାରେ ପବିତ୍ର ଖଟେଇ ଘାରି ହେଉଛନ୍ତି ।