କନକ ବ୍ୟୁରୋ: ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । ଦୁର୍ବୃତ୍ତ ଲଗାଇଦେଲେ ଧାନଗଦାରେ ନିଆଁ । ଡେଲାଙ୍ଗ ବ୍ଲକ ବରକେରାରେ କଳେଇ ଗଦାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ । ଆଖି ଆଗରେ ଜଳିଗଲା ଚାଷୀର ଅମଳ ହେବାକୁ ଥିବା ଧାନ । କଷ୍ଟ କରି ଧାନ ଚାଷ କରିଥିଲା ଚାଷୀ । ଧାନ ଅମଳ କରି ଦୁଇ ପଇସା ପାଇଥାନ୍ତେ । ହେଲେ ନିଆଁର ଆଁରେ ସବୁକିଛି ଜଳିଗଲା । ଏବେ ଚାଷୀ ନିଜ ପରିବାର କିପରି ଚଳାଇବ ତାକୁ ନେଇ ଚିନ୍ତାରେ । ସରକାରଙ୍କ ତରଫରୁ ସାହାଯ୍ୟ ଯୋଗାଇବା ପାଇଁ ଡେଲାଙ୍ଗ ବରକେରା ଗ୍ରାମବାସୀ ଦାବି କରିଛନ୍ତି ।