କନକ ବ୍ୟୁରୋ : ଜଗତସିଂହପୁର ଆଳି ପିଙ୍ଗଳ ପଟଶରାରେ କିଛି ଦୁର୍ବୃତ୍ତ ଭୋଟ୍ ବାକ୍ସ ନେଇ ଯାଇଥିବାର ଅଭିଯୋଗ ହୋଇଛି । ଫଳରେ କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ସେହିପରି ପଲ୍ଲୀ ପଂଚାୟତ ହାବେଳୀ ଗାଁ ନାଥ ସାହିରେ ଗତକାଲି ପୋଲିସ ସାଧାରଣ ଲୋକଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି ।
ଫଳରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଛି । ଗାଁ ଲୋକଙ୍କ ସୂଚନା ଅନୁସାରେ ପୋଲିସ ଗତକାଲି ବିଳମ୍ବିତ ରାତିରେ ଗାଁ ଭିତରକୁ ଆସି ଜଣେ ନିର୍ଦ୍ଧିଷ୍ଟ ପ୍ରାର୍ଥୀଙ୍କୁ ଭୋଟ୍ ଦେବା ପାଇଁ କହିବା ସହିତ ଟଙ୍କା ନେବାକୁ କହିଥିଲେ । ଏଥିରେ ଗାଁର ଯୁବକ ମନା କରିବାରୁ ପୋଲିସ ଆକ୍ରମଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଗାଁ ଲୋକେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/02/23-24.jpg)