କରୋନା ପାଇଁ ହରାଇଥିଲେ ଚାକିରୀ, ବିଟେକ୍ କରି ଗାଁରେ ବସିଥିବା ଯୁବକ ଆରମ୍ଭ କରିଥିଲେ ଚିଙ୍ଗୁଡି ଚାଷ: ଆଶା ଥିଲା ଭଲ ଦି ପଇସା ରୋଜଗାର ହେବ, ହେଲେ ଏବେ ମଉଳି ଯାଇଛି ସବୁ ସ୍ୱପ; ଜାଣନ୍ତୁ କାହିଁକି…

3,735

କନକ ବ୍ୟୁରୋ: କରୋନା ପାଇଁ ହରାଇଥିଲେ ଚାକିରୀ । ବିଟେକ୍ କରି ଗାଁରେ ବସିଥିବା ଯୁବକ କରୋନା ସମୟରେ ଆରମ୍ଭ କରିଥିଲେ ଚିଙ୍ଗୁଡି ଚାଷ । ଆଶା ଥିଲା ଭଲ ଦି ପଇସା ରୋଜଗାର ହେବ । ହେଲେ ଏବେ ସବୁ ସ୍ୱପ୍ନ ମଉଳି ଯାଇଛି । ଚିଙ୍ଗୁଡି ପୋଖରୀରେ ଦୁବୃର୍ତ ପକାଇଦେଇଛନ୍ତି ବିଷ । ମରିଗଲେ ଲକ୍ଷାଧିକ ଟଙ୍କାର ଚିଙ୍ଗୁଡି । ଏହାକୁ ନେଇ ଥାନାରେ ହୋଇଛି ଅଭିଯୋଗ । ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଶିବପୁରା ଗାଁରେ ଘଟିଛି ଏପରି ଘଟଣା । ଶିବପୁରା ଗାଁର ବିଶ୍ୱଭୂଷଣ ଦାସ ପୋଖରୀକୁ ଲିଜ୍ ସୂତ୍ରରେ ଆଣି କରିଥିଲେ ଚିଙ୍ଗୁଡି ଚାଷ ।

ତେବେ ପୋଖରୀ ଲିଜ୍ ନେବାକୁ ନେଇ ଗାଁର ଅନ୍ୟ ଜଣେ ମଧ୍ୟ ଆଶୀୟୀ ଥିଲେ । ଗତ ସପ୍ତାହରେ କେହି ନଥିବାର ସୁଯୋଗ ନେଇ ଲିଜ୍ ପାଇନଥିବା ଅମରେନ୍ଦ୍ର ନାୟକ ପୋଖରୀରେ ବିଷ ପକାଇଥିବା ନେଇ ସେ ଥାନାରେ ଅଭିଯୋଗ କରିଛନ୍ତି । ଗ୍ରାମରେ କିଛି ଲୋକଙ୍କ ଠାରୁ ହାତ ଉଧାରୀ ଓ ଘରୋଇ ସଂସ୍ଥାରୁ ୬ ଲକ୍ଷ ଟଙ୍କାର ଋଣ ଆଣି କରିଥିଲେ ଚିଙ୍ଗୁଡି ଚାଷ । କିଛି ଦିନ ପରେ ଅମଳ ହୋଇଥାନ୍ତା ମାଛ । ପୋଖରୀରେ ବିଷ ପକାଇବା ଫଳରେ ପ୍ରାୟ ୧୩ ଲକ୍ଷ ଟଙ୍କାର ଚିଙ୍ଗୁଡି ନଷ୍ଟ ହୋଇ ଯାଇଥିବା ଅଭିଯୋଗ କରିଛନ୍ତି ଚିଙ୍ଗୁଡି ଚାଷୀ । ବର୍ତମାନ କରୋନା ସମୟରେ କିପରି ସେ ଋଣ ସୁଝିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।