ନୂଆପଡ଼ାରେ ଗୁଳିମାଡ଼ : ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବାପ-ପୁଅ ଆହତ, ହସ୍ପିଟାଲରେ ଭର୍ତ୍ତି

87

କନକ ବ୍ୟୁରୋ : ନୂଆପଡ଼ା ସିନାପାଲି ସହର ରାବଣ ଛକରେ ବାପ ପୁଅଙ୍କୁ ଗୁଳିମାଡ଼ । ଗୁଳିମାଡ଼ରେ ବାପପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ବାଇକରେ ଯାଉଥିବାବେଳେ ବାପ ପୁଅଙ୍କ ବାଇକଟି ଏକ କାରରରେ ସାମାନ୍ୟ ଭାବେ ଧକ୍କା ହେବାରୁ କଥା କଟାକଟି ହୋଇ କାରରୁ ଗୁଳିଚାଳନା ହୋଇଛି ।

ବାପା ପୁଅଙ୍କ ଗୋଡ଼ରେ ଗୁଳି ବାଜିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ପ୍ରଥମେ ତାଙ୍କୁ ସିନାପାଲି ମେଡ଼ିକାଲରେ ଭର୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଖରିଆର ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ବାପ ପୁଅ ହେଲେ ଜଗନ୍ନାଥ ଛକର ସରୋଜ ମେହେର ଏବଂ ନବରଞ୍ଜନ ମେହେର ।