କନକ ବ୍ୟୁରୋ : ଭିଡ ବସରେ ଯୁବତୀଙ୍କୁ ଅସଦାଚରଣ । ଏଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି । ପଟ୍ଟାମୁଣ୍ଡାଇରୁ କଟକ ଆସୁଥିବା ଏହି ବସରେ ଯୁବତୀ ଜଣକୁ ଅସଦାଚରଣ ହୋଇଥିବା ପୀଡ଼ିତା ଯୁବତୀ ଜଣକ ନିଜ ଫେସବୁକରେ ପ୍ରକାଶ କରିଛନ୍ତି । ଏହି ବସରେ ପ୍ରାୟ ୬୦ ଜଣ ଯାତ୍ରୀ ଆସୁଥିଲେ ବି କେହି ଘଟଣାକୁ ପ୍ରତିବାଦ କରିନଥିବା ପୀଡ଼ିତା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ଏନେଇ ଫେସବୁକରେ ପ୍ରକାଶ କରିବା ପରେ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଖେଳିଯାଇଛି । ଅସଦାଚରଣ ଘଟଣା ସଂପର୍କରେ ପୁଲିସ୍ ହେଲ୍ପ ଲାଇନ୍ ଏବଂ ମହିଳା ହେଲ୍ପ ଲାଇନ୍ ନମ୍ବରକୁ ବାରମ୍ବାର ଯୋଗାଯୋଗ କରିଥିଲେ ସୁଦ୍ଧା କୌଣସି ଉତର ମିିଳିନଥିବା ସେ ପ୍ରକାଶ କରିଛନ୍ତି ।
ଭିଡ ଭିତରେ ଏକୁଟିଆ ଝିଅ ! ବସରେ ଯୁବତୀଙ୍କୁ ଅସଦାଚରଣ, ମିଳିଲାନି ସହାୟତା
/kanak/media/post_attachments/wp-content/uploads/2017/03/vlcsnap-2017-03-30-19h39m04s406.png)