କନକ ବ୍ୟୁରୋ : ଆଖିରେ ଲଙ୍କାଗୁଣ୍ଡ ପକାଇ ଅଭିନବ ଉପାୟରେ ଲୁଟ୍ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ଭଗିଆ ଉଭରବ୍ରିଜ୍ ନିକଟରେ ମୋଟର ସାଇକେଲରେ ଘରକୁ ଫେରୁଥିବା ଜଣେ ବ୍ୟବସାୟୀଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବ୍ୟବସାୟଙ୍କଠୁ ୪୦ ହଜାର ଟଙ୍କା ସହ ମୋବାଇଲ ଲୁଟିନେଇଛନ୍ତି ଲୁଟେରା ।
ସେପଟେ ଲଙ୍କାଗୁଣ୍ଡ ଆଖିରେ ପଡିବା ପରେ ଯୁବ ବ୍ୟବସାୟୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସିମୁଳିଆ ଡାକ୍ତରଖାନାରେ ଚିକିତ୍ସା କରାଯାଇଛି । ଘଟଣାସ୍ଥଳରେ ସିମୁଳିଆ ପୋଲିସ ପହଞ୍ଚି ତନ୍ତ ଚଳାଇଛି । ତେବେ ଏଯାଏଁ ଲୁଟେରା ମାନଙ୍କ କୌଣସି ପତ୍ତା ମିଳିପାରିନାହିଁ । ଅଧିକ ସୂଚନା ପାଇଁ ପୋଲିସ ସ୍ଥାନୀୟ ଅଞ୍ଚଳରେ ପଚରା ଉଚରା ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/9-9.jpg)