ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଚିତ୍ର : ଘରେ ପଶି ମୁହଁକୁ ସ୍ପ୍ରେ କରି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ

338

କନକ ବ୍ୟୁରୋ : ସିସିଟିଭିରେ କଏଦ ହେଲା ଲୁଟ୍ ସମୟର ଚିତ୍ର । ଭୁବନେଶ୍ୱର ଭିଏସଏସ ନଗରରେ ଘରେ ପଶି ସୁନା ଗହଣା ଲୁଟିନେଲେ ଦୁର୍ବୃତ୍ତ । ଲୁଟେରାମାନେ ମୁହଁରେ କପଡ଼ା ବାନ୍ଧି ଆସିଥିବା ସିସିଟିଭିରେ କଏଦ ହୋଇଥିବା ଦୃଶ୍ୟରେ ଦେଖିବାକୁ ମିଳିଛି । ଫିଙ୍ଗର ପ୍ରିଂଟରୁ କାଳେ ଧରାପଡ଼ି ଯିବେ ସେଥିପାଇଁ ହାତରେ କପଡ଼ା ବାନ୍ଧି ଚୋରି କରିଥିଲେ ଲୁଟେରା ।

ରାତି ଅଧରେ ଆସି ଘରେ ପଶି ଲୁଟପାଟ୍ କରିଥିବା ବେଳେ ମୁହଁକୁ ସ୍ପ୍ରେ କରି ସୁନା ଗହଣା ଚୋରି କରିଥିବା ଅଭିଯୋଗ ହୋଇଛି । ପ୍ରାଣକୃଷ୍ଣ ମିଶ୍ର ନାମଙ୍କ ଜଣେ ବ୍ୟକ୍ତିଙ୍କ ଘରୁ ଏହି ଲୁଟ ହୋଇଥିବା ସହିଦନଗର ଥାନାରେ ଅଭିଯୋଗ ହୋଇଛି । ତେବେ ପ୍ରାଣକୃଷ୍ଣଙ୍କୁ ମାଡ଼ ମାରି ଫେରାର ହୋଇଯାଇଥିଲେ ଲୁଟେରା ।