ମାତିଲେ ଲୁଟେରା! ଗୋଟିଏ ଦିନରେ ଭିନ୍ନ ଭିନ୍ନ ସ୍ଥାନରୁ ଟଙ୍କା ଲୁଟ୍; ନିମାପଡାରେ ୨୦ ଓ ବସ୍ତାରେ ୯ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

295

କନକ ବ୍ୟୁରୋ: ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଲୁଟି ନେଲେ ୨୯ ଲକ୍ଷ ଟଂକା । ରାଜ୍ୟର ଦୁଇଟି ସ୍ଥାନରୁ ଆସିଛି ଲୁଟର ଖବର । ନିମାପଡାରେ ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍ ହୋଇଛି ପ୍ରାୟ ୨୦ ଲକ୍ଷ ଟଂକା । ଗୋପ ଥାନା ଅଧିନ ନୂଆହାଟ ବଜାରରେ ଥିବା ବନ୍ଧନ ବ୍ୟାଙ୍କରୁ ୧୯ ଲକ୍ଷ ୯୩ ହଜାର୫୭୫ ଟଙ୍କା ସହକାରୀ ଶାଖା ପରିଚାଳକ ଏବଂ ଅନ୍ୟ ଜଣେ ସହଯୋଗୀ ନିମାପଡ଼ା ଠାରେ ଥିବା ଏଚଡିଏଫସି ବ୍ୟାଙ୍କରେ ଜମା କରିବାକୁ ନେବାବେଳେ କଳାପଲସର ଓ ସ୍କୁଟିରେ ପିଛା କରି ଦୁର୍ବୃତ କାର ଡ୍ରାଇଭର ମୁଣ୍ଡରେ ବନ୍ଧୁକ ଲଗାଇ ଟଙ୍କା ବାକ୍ସଟିକୁ ନେଇ ଫେରାର ହୋଇଯାଇଛନ୍ତି । ନିମାପଡ଼ା ପୁଲିସ ଥାନାରେ ଏତଲା ପରେ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି ପୋଲିସ । ପୁରୀ ଏସପି ନିମାପଡ଼ା ଆସି ଏହି ଲୁଟ୍ ଘଟଣାର ଅନୁଧ୍ୟାନ ଫେରିଯାଇଛନ୍ତି । ଟଙ୍କା ନେଇ ଯାଉଥିବା ବ୍ୟାଙ୍କ କର୍ମଚାରୀ ଏବଂ କାର ଡ଼୍ରାଇଭରକୁ ତଦନ୍ତ ପରିସରକୁ ଆଣି ପୁଲିସ ପଚାରାଉଚରା କରୁଛି ।

ସେପଟେ ବାଲେଶ୍ୱର ବସ୍ତାରୁ ଆସିଛି ବଡ ଧରଣର ଲୁଟ୍ ର ଖବର । ବନ୍ଧୁକ ମୁନରେ କରାଯାଇଛି ଲୁଟ୍ । ବାଲେଶ୍ୱର ଜିଲ୍ଲାର ୬୦ ନମ୍ବର ଜାତୀୟ ରାଜପଥର ବସ୍ତା ଜମାଲପୁର ନିକଟରେ ବନ୍ଧୁକ ଦଖାଇ ୯ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ । ପଶ୍ଚିମବଙ୍ଗର ଖଡଗପୁର ଅଂଚଳର ୫ ଜଣ ବ୍ୟବସାୟୀ ଏକ ସ୍କର୍ପିଓ ଗାଡିରେ ଚଣ୍ଡିଖୋଲ ଆସୁଥିବା ବେଳେ ଲକ୍ଷ୍ମଣନାଥ ତନଖୀ ଫାଟକ ଠାରୁ ସ୍କର୍ପିଓରେ ପିଛା କରି ଥିଲେ ଦୁବୃର୍ତ । ଜମାଲପୁରଠାରେ ବ୍ୟବସାୟୀଙ୍କ ଗାଡିକୁ ଅଟକାଇ ଗୁଳି ଫୁଟାଇ ମାରଣାସ୍ତ୍ର ଦେଖାଇ ସେମାନଙ୍କ ପାଖରୁ ପ୍ରାୟ ୯ ଲକ୍ଷ ଟଙ୍କା ଲୁଟ୍ କରି ଫେରାର ହୋଇଯାଇଥିଲେ । ଖବର ପାଇ ଜଳେଶ୍ୱର ପୁଲିସ ଓ ବାଲେଶ୍ୱର ଡିଏସପି ମନୋଜ ରାଉତ ଘଟଣାସ୍ଥଳରେ ପହଂଚି ତନାଘନା ଆରମ୍ଭ ଜାରି ରଖିଛନ୍ତି ।

Comments are closed.