କନକ ବ୍ୟୁରୋ: ରାୟଗଡାରେ ୨୪ ଲକ୍ଷ ଟଙ୍କାର ଲୁଟ ଅଭିଯୋଗ । ତୁମ୍ବିଗୁଡା ଛକରୁ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଘରୋଇ ସଂସ୍ଥାର କର୍ମଚାରୀ ଟଙ୍କା ନେଇ ଯାଉଥିବା ବେଳେ ଦୁର୍ବୃତମାନେ ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି । ଦୁଇ ଜଣ ଦୁର୍ବୃତ ବାଇକରେ ଆସି ଲୁଟି ନେଇଥିବା ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ଏକ ଘରୋଇ ସଂସ୍ଥାର କର୍ମଚାରୀଙ୍କ ଠାରୁ ୨୪ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ରାୟଗଡ଼ା ଥାନାରେ ଅଭିଯୋଗ ହୋଇଛି। ରାୟଗଡ଼ା ସହରର ତୁମ୍ବିଗୁଡା ଛକରେ ଗତକାଲି ଅପରାହ୍ନ ସମୟରେ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗରେ କୁହାଯାଇଛି। ଅଭିଯୋଗକାରୀ ସଂସ୍ଥାର କର୍ମଚାରୀଙ୍କ କହିବା ଅନୁସାରେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ଲୁଟ କରିଥିଲେ। ରାୟଗଡ଼ା ଥାନା ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି। ପୁଲିସ କଂପାନିର କିଛି କର୍ମଚାରୀଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/7-9.jpg)