ଗାଡି ଡିକି ଭାଙ୍ଗି ସୁନା ଲୁଟ : ଚାହୁଁ ଚାହୁଁ ୩୦ ଲକ୍ଷ ଟଙ୍କାର ସୁନା ଲୁଟ୍ କରି ଚାଲିଗଲେ ଦୁର୍ବୃତ୍ତ

97

କନକ ବ୍ୟୁରୋ : ଗାଡି ଡିକି ଭାଙ୍ଗି ସୁନା ଲୁଟ । ଏହି ଘଟଣା ଘଟିଛି ସାଲେପୁରର ନିଶ୍ଚିନ୍ତ କୋଇଲି ଥାନା ଅନ୍ତର୍ଗତ ଅସୁରେଶ୍ୱର କୂଳ ଗାଁରେ । ଏହି ଗାଁରେ ବାବୁଲି ମଣ୍ଡଳ ନାମକ ଜଣେ ବ୍ୟକ୍ତି ତାଙ୍କ ସୁନା ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଅସୁରେଶ୍ୱର ଗ୍ରାମ୍ୟ ବ୍ୟାଙ୍କ ନିକଟରୁ ଗାଡି ଡିକି ଭାଙ୍ଗି ୮୦୦ ଗ୍ରାମରୁ ଅଧିକ ସୁନା ଲୁଟି ନେଇଛନ୍ତି । ଯାହାର ଆନୁମାନିକ ମୁଲ୍ୟ ୩୦ ଲକ୍ଷ ଟଙ୍କା ହେବ । ନିଶ୍ଚିନ୍ତ କୋଇଲି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।