ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଡାକ୍ତର ସରିତା ମଲ୍ଲିକଙ୍କ ଘରୁ ଚୋରି : ଘରେ ନଥିବା ବେଳେ ସୁନା, ଗହଣା ଲୁଟିଲେ ଲୁଟେରା

197

କନକ ବ୍ୟୁରୋ : ଡ଼ାକ୍ତରଙ୍କ ଘରୁ ଲୁଟ । ପୁଣି ପୋଲିସକୁ ଦେଲେ ଖୋଳା ଚ୍ୟାଲେଂଜ ଲୁଟେରା । ଡାକ୍ତର ସରିତା ମଲ୍ଲିକଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ୟୁନିଟ ୩ ରିଜର୍ଭ ବ୍ୟାଙ୍କ ପାଖରେ ଥିବା ଡାକ୍ତରଙ୍କ ଘରୁ ଲୁଟ କରିଛନ୍ତି ଲୁଟେରା । ଗତକାଲି ସରିତାଙ୍କ ଘରେ କେହି ନଥିଲେ । ଏହାର ସୁଯୋଗ ନେଇ ଘରେ ପଶି ଲୁଟ କରିଛି ଚୋର । ଘରେ ଥିବା ସୁନା, ରୂୂପା, ଲାପଟପ, ଟ୍ୟାପ, ୬୦ ହଜାର ଅଧିକ ଟଙ୍କା ଲୁଟ କରିଛନ୍ତି । ଶେଷରେ ବାଥରୁମର ପାଣି ଟ୍ୟାପକୁ ବି ଭାଙ୍ଗି ନେଇଗଲେ ଚୋର । ପୋଲିସ ଓ ସାଇଟିଂଫିକ ଟିମ୍ ଘଟଣା ସ୍ଥଳରେ ପହଂଚି ତନାଘନା ଜାରି ରଖିଛନ୍ତି ।