କଳାହାଣ୍ଡି ଜୟପାଟଣାରେ ବନ୍ଧୁକ ମୁନରେ ଲୁଟ୍ । ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ୩୦ ଭରି ସୁନା ଓ ୧୨ ଲକ୍ଷରୁ ଅଧିକ ଟଙ୍କା

Advertisment
କଳାହାଣ୍ଡି ଜୟପାଟଣାରେ ବନ୍ଧୁକ ମୁନରେ ଲୁଟ୍ । ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ୩୦ ଭରି ସୁନା ଓ ୧୨ ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ: ବନ୍ଧୁକ ମୁନରେ କଳାକନା ବୁଲାଇଲେ ଡକାୟତ । ବିଳମ୍ବିତ ରାତିରେ ଘରେ ପଶି ଲୁଟିନେଲେ ୧୨ ରୁ ୧୫ ଲକ୍ଷ ଟଙ୍କା ଓ ୩୦ ଭରିରୁ ଅଧିକ ସୁନା ଗହଣା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭାଇରିପାଲି ଗାଁରେ ସଶସ୍ତ୍ର ଡକାୟତମାନେ ମୁଖାପିନ୍ଧି ଆସି ବନ୍ଧୁକ ମୁନରେ ଲୁଟ କରିଛନ୍ତି । ଏନେଇ ପୋଲିସ ନିକଟରେ ଏତଲା ଦିଆଯିବା ପରେ କଳାହାଣ୍ଡି ଏସପି ନିଜେ ସ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଛନ୍ତି । ଡକାୟତମାନଙ୍କୁ ଧରିବା ପାଇଁ ସନ୍ଧାନୀ କୁକୁରର ସାହାଯ୍ୟ ନେଇଛି । ଶୀଘ୍ର ଲୁଟେରାଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

publive-image

ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ୧ଟା ସମୟରେ ୫ଜଣ ମୁଖା ପିନ୍ଧା ସଶସ୍ତ୍ର ଡକାୟତ ହାତରେ ବନ୍ଧୁକ ଓ ଲୁହା ଛଡ଼ ଧରି ଧାନକୁଣ୍ଡା ବ୍ୟବସାୟୀ ସୌରଭ ଜୈନଙ୍କ ଘରେ ପଶିଥିଲେ। ବାହାରେ ବି କିଛି ଡକାୟତ ଥିଲେ ବୋଲି କୁହାଯାଉଛି। ଏହାପରେ ସଶସ୍ତ୍ର ଡକାୟତମାନେ ପ୍ରଥମେ ସୌରଭ ଜୈନଙ୍କ ବାପାଙ୍କୁ ଲୁହ ଛଡ଼ରେ ପିଟିଥିଲେ। ତାପରେ ଘରେ ଥିବା ସୌରଭଙ୍କ ମାଆଙ୍କୁ ଭୟଭୀତ କରି ଲକରର ଚାବି ଆଣି ସେଥିରେ ଥିବା ୧୨ରୁ ୧୫ ଲକ୍ଷ ଟଙ୍କା ଓ ପ୍ରାୟ ୩୦ ଭରି ସୁନା ଗହଣା ଲୁଟି ନେଇଥିଲେ। ଏହାପରେ ସେମାନେ ଧମକ ଦେଇ ଚାଲି ଯାଇଥିଲେ।

publive-image

ଡକାୟତମାନେ ଯିବା ପରେ ସୌରଭ ଜୟପାଟଣା ଥାନାକୁ ଫୋନ୍ ଯୋଗେ ଘଟଣା ସଂପର୍କରେ ସୂଚନା ଦେଇଥିଲେ। ଖବର ପାଇ ଜୟପାଟଣା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଜି ସକାଳେ କଳାହାଣ୍ଡି ଆରକ୍ଷୀ ଅଧୀକ୍ଷକ ବି ଗଙ୍ଗାଧର ବି ଘଟଣାସ୍ଥଳରେ ପହଞ୍ଚିଥିଲେ। ଭବାନୀପାଟଣାରୁ ସାଇଣ୍ଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ଆସି ତଦନ୍ତ ଚଳାଉଥିବା ଜଣାଯାଇଛି। ଏହି ଘଟଣା କଳାହାଣ୍ଡି ଜିଲ୍ଲାରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe