ବାଲେଶ୍ୱର ଥାନା ଭିତରେ ଅଭିଯୋଗକାରୀଙ୍କ ଆକ୍ରମଣ : ପୋଲିସ ସମ୍ମୁଖରେ ହାଣିଲେ ଦୁବୃର୍ତ୍ତ; ଥାନାରେ ଭଙ୍ଗାରୁଜା, ଘଟଣାସ୍ଥଳରେ ଉତ୍ତେଜନା

274

କନକ ବ୍ୟୁରୋ : ବାଲେଶ୍ୱର ଥାନା ଭିତରେ ଅଭିଯୋଗକାରୀଙ୍କ ଆକ୍ରମଣ । ପୋଲିସ ସମ୍ମୁଖରେ ହାଣିଲେ ଦୁବୃର୍ତ୍ତ। ଥାନାରେ ଭଙ୍ଗାରୁଜା । ଆକ୍ରମଣର ଶିକାର ହୋଇଥିବା ଦମ୍ପତିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ରେମୁଣା ଥାନା ଭିତରେ ପୁଲିସ ସମ୍ମୁଖରେ ଘଟିଛି । ଏବେ ବି ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଛି ।

ପୁଲିସର ସୂଚନା ଅନୁଯାୟୀ, ରେମୁଣାର ମନ୍ଦାରପୁର ଓ ନିଆଁବାଗ ଗାଁର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଲାଗି ରହିଥିଲା । ଗତକାଲି ରାତି ପ୍ରାୟ ୧୧ଟାପରେ ଗୋଟିଏ ଗୋଷ୍ଠିର କିଛି ଲୋକ ଥାନାରେ ପହଁଚିଥିଲେ । ଏହା ପୂର୍ବରୁ ଅନ୍ୟ ଏକ ଗୋଷ୍ଠୀର ସ୍ୱାମୀ ସ୍ତ୍ରୀ ତାଙ୍କ ଘରକୁ ଭାଙ୍ଗି ଦେଇଥିବା ନେଇ ଥାନାରେ ଅଭିଯୋଗ କରିବାକୁ ପହଁଚିଥିଲେ । ଫଳରେ ଥାନାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଆଉ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ ।