ପୋଲିସ ବେଶରେ ଲୁଟ : ୧୩ ଡକାୟତ ଗିରଫ; ଅସଲି ସୁନା ଦେଖାଇ ନକଲି ସୁନା ବିକ୍ରି ଉଦ୍ୟମ ବେଳେ ମାଡି ବସିଲା ପୁଲିସ

435

କନକ ବ୍ୟୁରୋ : ପୋଲିସ ବେଶରେ ଲୁଟ୍ । କଳାହାଣ୍ଡିରେ ପୋଲିସ ବେଶରେ ଲୁଟ କରିବା ଅଭିଯୋଗରେ ୧୩ ଡକାୟତ ଗିରଫ । ପୋଲିସ ଏମାନଙ୍କ ଠାରୁ ୫ ଲକ୍ଷ ୭୪ ହଜାର ୫ ଶହ ନଗଦ ରାଶି, କିଛି ନକଲି ସୁନା ଅଳଙ୍କାର, ବୁଲେଟ, ପୋଲିସ ଡ୍ରେସ୍, ଲାଠି ଆଦି ଜବତ କରିଛି ।

ଗତ ୧୬ ତାରିଖରେ ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ରେଙ୍ଗାଲି ଗାଁର ରଣଜିତ୍ ନାଗ ଲୁଟର ଶିକାର ହୋଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରୁଥିଲା । ଏହି ସମୟରେ ଗିରଫ ହୋଇଥିବା ଡକାୟତ କିଛି ଅସଲି ସୁନା ଦେଖାଇ ନକଲି ସୁନା ମିଶାଇ କମ ଦରରେ ବିକ୍ରି କରିଦେବାର ଲୋଭ ଦେଖାଇ ଲୁଟ କରୁଥିଲେ । ଯାହାର ପର୍ଦ୍ଦାଫାଶ କରିଛି ପୋଲିସ । ବ୍ୟବସାୟୀଙ୍କ ସହ ସୁନା ଡିଲ ସମୟରେ ଡକାୟତଙ୍କ ମଧ୍ୟରୁ କିଛି ପୋଲିସ୍ ସାଜି ଲୁଟ କରିଥାନ୍ତି ବୋଲି ଏସପୀ ସୂଚନା ଦେଇଛନ୍ତି ।