ରାଜଧାନୀରେ ଚାଞ୍ଚଲ୍ୟ: ସିଆରପି ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ ।

154

କନକ ବ୍ୟୁରୋ: ରାଜଧାନୀର ଛାତି ଉପରେ ଚାଞ୍ଚଲ୍ୟ । ବିଚ୍ ରାସ୍ତାରେ ଦିବାଲୋକରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଭୁବନେଶ୍ୱର ସିଆରପି ଛକଠାରେ ଘଟିଛି ଏମିତି ଏକ ଘଟଣା ଯାହା ଆତଙ୍କିତ କରିଛି । ଦିନ ଦ୍ୱିପହର ଯୁବକଙ୍କୁ ୨ ଜଣ ଦୁର୍ବୃତ୍ତ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ । ଯୁବକ ଜଣକ ଜଣେ ଗାଡି ଚାଳକ ହୋଇଥିବା ସୂଚନା । ଯୁବକଙ୍କୁ ଦୁର୍ବୃତ୍ତ କାହିଁକି ହାଣିଲେ କାରଣ ଅସ୍ପଷ୍ଟ ।

ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ତିନି ଜଣ ଯୁବକଙ୍କ ଘର ସାଲିଆସାହି । ଦୀର୍ଘଦିନ ଧରି ସେମାନଙ୍କ ମଧ୍ୟରେ ପାରିବାରିକ କଳହ ଲାଗି ରହିଥିଲା । ଆଉ ଆଜି ସୁଯୋଗ ପାଇଁ ଜଟିଆ ନାମକ ଯୁବକଙ୍କୁ ଆକ୍ରମଣ କରିଥିଲେ । କୌଣସି ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିବା ସୂଚନା । ଯୁବକ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ରାଜଧାନାରେ  ଦିନ ଦ୍ବିପହରରେ ଏଭଳି ଘଟଣା ଦେଖି ଲୋକେ ଆତଙ୍କିତ ହୋଇଯାଇଥିଲେ ।