ତାଳଚେର ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ । ବ୍ରଜକିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପରେ କାର ଏବଂ ଆମ୍ବୁଲାନ୍ସରେ ଲଗାଇଦେଲେ ନିଆଁ

ଘଟଣା ପଛରେ କିଏ ତାହା ଅସ୍ପଷ୍ଟ

503

କନକ ବ୍ୟୁରୋ: ବିଧାୟକଙ୍କ ଗାଡି ପୋଡିଦେଲେ ଦୁର୍ବୃତ୍ତ । ଅନୁଗୁଳ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଭରତପୁର ସ୍ଥିତ କ୍ୟାମ୍ପରେ ଗୋଟିଏ ଫରଚୁନ୍ କାର ଏବଂ ଆମ୍ବୁଲାନ୍ସରେ ନିଆଁ ଲଗାଇଲେ ଦୁର୍ବୃତ । ଗତକାଲି ବିଳମ୍ବିତ ରାତିଲେ ଘଟିଛି ଏହି କାଣ୍ଡ । ଗାଡ଼ିରେ ନିଆଁ ଲାଗିବାର ଦେଖିବା ପରେ କ୍ୟାମ୍ପରେ କିଛି କର୍ମଚାରୀ ଉଦ୍ୟମ କରି ନିଆଁକୁ ଆୟତ କରିଥିଲେ ।

 

ତେବେ କିଏ ଓ କାହିଁକି ବିଧାୟକଙ୍କ ଗାଡ଼ିରେ ନିଆଁ ଲଗାଇଲେ ତାର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ ଅଗଷ୍ଟ ୧୯ ତାରିଖରେ ବିଧାୟକଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିଲେ । ବାସଭବନରେ ସେତେବେଳେ ୨ଟି କାର, ଗୋଟିଏ ମୋଟର ସାଇକେଲ ଏବଂ କିଛି ଆସବାବପତ୍ର ପୋଡ଼ିଯାଇଥିଲା । ବିଧାୟକଙ୍କ ସହ ବ୍ୟବସାୟୀକ ଶତୃତା କିମ୍ବା ରାଜନୈତିକ ଶତ୍ରୁତାରୁ ଏଭଳି ହୋଇଥାଇପାରେ ବୋଲି କୁହାଯାଉଛି ।