କନକ ବ୍ୟୁରୋ : ଆଫଗାନିସ୍ତାନର ତାଲିବାନୀ ଶାସନର କ୍ରୁରତା କଥା ତ ଆପଣ କିଛି ଦିନ ଧରି ଦେଖିଆସୁଛନ୍ତି । ହେଲେ ସମାନ ଢଙ୍ଗରେ ଖୋର୍ଦ୍ଧା ବେଗୁନିଆରେ ବି ଚାଲିଛି ବର୍ବରତା । ନିଜ ସଂଗଠନରେ ସାମିଲ ନହେବାରୁ ବାପ-ପୁଅଙ୍କୁ ଗଡେଇ ତଡେଇ ମାଡ ମାରୁଛନ୍ତି କିଛି ବ୍ୟକ୍ତି । ଅର୍ଦ୍ଧ ଉଲଗ୍ନ କରି ଗୋଟିଏ କୋଠରି ଭିତରେ ଗୋରୁ ଗାଇଙ୍କୁ ମାଡ ମାରିଲା ଭଳି ପିଟି ଚାଲିଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓକୁ ଦେଖିଲେ ଏହି ନୃଶଂସମାନଙ୍କ ପ୍ରତି ଘୃଣା ସୃଷ୍ଟି ହେଉଛି ।
ବିଡମ୍ବନାର କଥା ମାଡ ମାରୁଥିବା ଏହି ବ୍ୟକ୍ତିମାନେ କୁଆଡେ ମାନବବାଦୀ । ବେଗୁନିଆ କଡବ ଗାଁର ମାଗୁଣି ନାୟକ ଏବଂ ତାଙ୍କ ପୁଅଙ୍କୁ ଘରୁ ଡାକି ନେଇ କରଡଗାଡିଆର କୋଠଘରେ ନିର୍ଦ୍ଧୁମ ମାଡ ମାରିଛନ୍ତି ଏହି ଜହ୍ଲାଦମାନେ । କେବଳ ଏତିକି ନୁହେଁ ଗତ ୨ତାରିଖ ରାତିରେ ଅଭିମାନପୁର ଗାଁର ଜଣେ ବ୍ୟକ୍ତିଙ୍କୁ ହତ୍ୟା କରି ପୋଡି ଦେଇଥିବାର ସଙ୍ଗୀନ ଅଭିଯୋଗ ବି ରହିଛି ଏମାନଙ୍କ ବିରୋଧରେ । ଘଟଣା ସାମ୍ନାକୁ ଆସିବା ପରେ ବେଗୁନିଆ ଥାନାଅଧିକାରୀ କହିଛନ୍ତି, ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/12-34.jpg)