ଭୁବନେଶ୍ୱର ୟୁନିଟ-୯ ଆକ୍ରମଣ ଘଟଣାରେ ଆସିଲା ନୂଆ ଖିଅ । ଆକ୍ରମଣକାରୀଙ୍କ ମଧ୍ୟରେ ୧୪ ସ୍କୁଲ ଛାତ୍ରଙ୍କ ସମେତ ୧୬ରୁ ଅଧିକ ଅଭିଯୁକ୍ତ ଚିହ୍ନଟ

କାଲି ରାତିରେ ଯୁବକଙ୍କୁ ହୋଇଥିଲା ସଂଘବଦ୍ଧ ଆକ୍ରମଣ

373

କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାର ସାମ୍ନାକୁ ଆସିଲା ନୁଆ ଖିଅ । ଘଟଣା ପଛରେ ୧୬ରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କମିଶନରେଟ ପୋଲିସ । ଆଶ୍ଚର୍ଯ୍ୟର କଥା ହେଲା, ୧୬ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ୧୪ ଜଣ ସ୍କୁଲ ଛାତ୍ର । ôପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି ।

ଗତକାଲି ୟୁନିଟ ୯ ଅଂଚଳର ଗ୍ରୀଡକୋ ପଡିଆରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ରୁ ୩୦ ଜଣ ଦୁର୍ବୃତ ଏହି ଆକ୍ରମଣରେ ସାମିଲ ଥିବା ସୂଚନା ରହିଥିଲା । ଗୁରୁତର ଅବସ୍ଥାରେ ଯୁବକକୁ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଆକ୍ରମଣର କାରଣ ବାବଦରେ କିଛି ଜଣାପଡି ନାହିଁ । ଘଟଣାସ୍ଥଳରୁ ପୋଲିସକୁ ଏକ ମୋବାଇଲ ମିଳିଛି । ପୋଲିସ ଏହି ମୋବାଇଲକୁ ନେଇ ଅଧିକ ଖୋଳତାଡ କରୁଛି ।

Comments are closed.