କନକ ବ୍ୟୁରୋ: ରାଜଧାନୀରେ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାର ସାମ୍ନାକୁ ଆସିଲା ନୁଆ ଖିଅ । ଘଟଣା ପଛରେ ୧୬ରୁ ଅଧିକ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି କମିଶନରେଟ ପୋଲିସ । ଆଶ୍ଚର୍ଯ୍ୟର କଥା ହେଲା, ୧୬ ଅଭିଯୁକ୍ତ ମଧ୍ୟରେ ରହିଛନ୍ତି ୧୪ ଜଣ ସ୍କୁଲ ଛାତ୍ର । ôପୋଲିସ ଘଟଣାର ତଦନ୍ତ ଜୋରଦାର କରିଛି ।
ଗତକାଲି ୟୁନିଟ ୯ ଅଂଚଳର ଗ୍ରୀଡକୋ ପଡିଆରେ ଜଣେ ଯୁବକକୁ ସଂଘବଦ୍ଧ ଆକ୍ରମଣ ହୋଇଛି । ପ୍ରାୟ ୨୦ରୁ ୩୦ ଜଣ ଦୁର୍ବୃତ ଏହି ଆକ୍ରମଣରେ ସାମିଲ ଥିବା ସୂଚନା ରହିଥିଲା । ଗୁରୁତର ଅବସ୍ଥାରେ ଯୁବକକୁ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଆକ୍ରମଣର କାରଣ ବାବଦରେ କିଛି ଜଣାପଡି ନାହିଁ । ଘଟଣାସ୍ଥଳରୁ ପୋଲିସକୁ ଏକ ମୋବାଇଲ ମିଳିଛି । ପୋଲିସ ଏହି ମୋବାଇଲକୁ ନେଇ ଅଧିକ ଖୋଳତାଡ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/02/9-2.png)