କନକ ବ୍ୟୁରୋ: ମନ୍ଦିର ତାଲାଭାଙ୍ଗି ସୁନା ଅଳଙ୍କାର ସହ ମନ୍ଦିର ହୁଣ୍ଡିରୁ ନଗଦ ଟଙ୍କା ଓ ଅସବାବପତ୍ର ଲୁଟିନେଲେ ଦୁର୍ବୃତ । ବାଲେଶ୍ୱର ଜିଳ୍ଲା ଜଳେଶ୍ୱର ଥାନା ବାଗପୁଞ୍ଜି ଗାଁରେ ଥିବା ଶିବ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଏଭଳି ଲୁଟ୍ ହୋଇଛି । ଏନେଇ ଜଳେଶ୍ୱର ପୋଲିସକୁ ଖବର ଦେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ମନ୍ଦିରରୁ ଠାକୁରଙ୍କ ସୁନା ଅଳଙ୍କାର ଏବଂ ଆସବାବପତ୍ର ସହ ୨୦ କିଲୋ ଓଜନର ନାଗ ସାପ ଲୁଟି ନେଇଛନ୍ତି ଲୁଟେରା । ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି ।