କନକ ବ୍ୟୁରୋ : କୋରାପୁଟରେ ଜଣେ ଦୋକାନୀକୁ ଅପହରଣ ପରେ ହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ । ଗୁରୁତର ଅବସ୍ଥାରେ ଦୋକାନୀଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତି କରିଯାଇଛି । କୋରାପୁଟ ମେଡିକାଲ ପରିସରରେ ଚା ଦୋକାନ କରି ଚଳୁଥିବା ଟୁକୁ ପଣ୍ଡାଙ୍କୁ କିଏ ଅପହରଣ କରିଥିଲା, ଅପହରଣ ପଛର କାରଣ କଣ କିଛି ଜଣାପଡି ନାହିଁ ।
ଅଭିଯୋଗ ପାଇବା ପରେ କୋରାପୁଟ ସଦର ଥାନା ପୁଲିସ ପୁରା ଘଟଣାର ଛାନଭିନ କରୁଛି । ସୁଚନା ଅନୁସାରେ ଗତ ୧୭ ତାରିଖ ରାତିରେ କୋରାପୁଟ-ଜୟପୁର ରାସ୍ତାର କଫି ନର୍ସରୀ ନିକଟରୁ ଟୁକୁ ପଣ୍ଡାଙ୍କୁ ଅଜଣା ଦୁର୍ବୃମାନେ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ଏହାପରେ ତାଙ୍କୁ ସୁନାବେଡା ହାଟପଦା ନିକଟରେ ଦେହରେ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଉଦ୍ୟମ କରିଥିଲେ ।