ଗରାଖ ବେଶରେ ଆସିଲେ, ଗହଣା ଲୁଟି ଚାଲିଲେ । ରାଜଧାନୀ ଉପକଣ୍ଠରେ ଆତଙ୍କ ରଚିଲା ଲୁଟେରା । ମାଡ ମାରିଲା, ଚେନ୍ ନେଇ ଚମ୍ପଟ ମାରିଲା ।

ଗରାଖ ବେଶରେ ଆସିଲେ, ଗହଣା ଲୁଟି ଚାଲିଲେ । ରାଜଧାନୀ ଉପକଣ୍ଠରେ ଆତଙ୍କ ରଚିଲା ଲୁଟେରା । ମାଡ ମାରିଲା, ଚେନ୍ ନେଇ ଚମ୍ପଟ ମାରିଲା ।

କନକ ବ୍ୟୁରୋ: ସାବଧାନ ! ଗରାଖ ବେଶରେ ବୁଲୁଛନ୍ତି ଚୋର । ଦିନ ଦ୍ୱିପହରେ ଦୋକାନରୁ କରୁଛନ୍ତି ଖୁଲମ ଖୁଲା ଲୁଟ୍ । ନା ଧରାପଡିବାର ଭୟ ନା ଗିରଫ ହେବାର ପରବାୟ । ପୋଲିସକୁ ଓପନ ଚାଲେଞ୍ଜ ଦେଇ, ଲୋକଙ୍କୁ ମାଡ ମାରି ଲୁଟି ନେଉଛନ୍ତି ସୁନା ଗହଣା । ଆପଣଙ୍କ ମୋବାଇଲ ସ୍କ୍ରିନରେ ଲୁଟର ଏ ଲାଇଭ ଚିତ୍ର ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର । ଦେଖନ୍ତୁ କେମିତି ଏ ଚୋର ଜଣଙ୍କ ଛପି ଛପି ଆସୁଛନ୍ତି । ମୁଣ୍ଡରେ ହେଲମେଟ ପିନ୍ଧି ମେଡିସିନ ଦୋକାନକୁ ପଶୁଛନ୍ତି । ଆଉ ସୁଯୋଗର ହାତ ଛଡା ନକରି ଦୋକାନରେ ବସିଥିବା ଜଣେ ବୃଦ୍ଧଙ୍କ ମୁଥ ପରେ ମୁଥ ମାରିଚାଲିଛନ୍ତି...

ବେଶ କିଛି ସମୟ ଲୁଟ ପାଇଁ କସରତ କରିବା ପରେ ବୃଦ୍ଧଙ୍କ ବେକରୁ ଚେନ ଝାମ୍ପିନେଲା ଆଉ ହାତର ବ୍ରେସଲେଟ ଧରି ଫେରାର ହୋଇଗଲା ଲୁଟେରା । ସବୁଠାରୁ ବଡ କଥା ହେଉଛି ଲୁଟ ପରେ ବାହାରୁ ସଟର ଟାଣି ଦେଇ ଚମ୍ପଟ ମାରିଲା ୪୨୦ ଚୋର । ସ୍ପଷ୍ଟ ଦିବାଲୋକରେ ଲୁଟର ଏ ଲୋମଟାଙ୍କୁରା ଘଟଣା ଘଟିଯାଉଥିଲେ ବି କାହାରି ନଜର ପଡି ନଥିଲା ଆଉ ପରେ ଥାନାରେ ଏତଲା ହୋଇଥିଲା । ତେବେ ବାଲିଅନ୍ତାର ଏ ଦୃଶ୍ୟକୁ ବାରମ୍ବାର ଦେଖନ୍ତୁ ଆଉ ଲୁଟେରାଙ୍କ ପ୍ରତି ସାବଧାନ ରୁହନ୍ତୁ । କାରଣ କେବେ, କେଉଁଠି, କେତେବେଳେ ବି ଆପଣ ହୋଇପାରନ୍ତି ଲୁଟେରାଙ୍କ ଶିକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe